ଅକ୍ଷର ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଡଭଲା ଛକ ନିକଟରେ ସୋମବାର ଏକ ପାନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକଟି ନିୟନ୍ତ୍ରଣ ହରାଇ ରାସ୍ତା ମଝିରେ ଥିବା ଡିଭାଇଡର ଉପରକୁ ଚଢ଼ିଯିବା ସହ ଷ୍ଟ୍ରିଟ୍ ଲାଇଟ୍କୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ତେବେ ଏହି ଦୁର୍ଘଟଣାରେ ଟ୍ରକ ଚାଳକ ଅଳ୍ପକେ ବର୍ତ୍ତିଯାଇଥିବାବେଳେ ସାମାନ୍ୟ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଟ୍ରକଟି ପୁରୀରୁ ପାନ ଲୋଡ୍ କରି ଛତିଶଗଡ଼ର ବିଲାସପୁର ଅଭିମୁଖେ ଯାଉଥିଲା। ଡଭଲା ଛକ ନିକଟରେ ପହଞ୍ଚିବା ବେଳେ ହଠାତ୍ ଚାଳକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଟ୍ରକଟି ଡିଭାଇଡର ଉପରକୁ ଚଢ଼ି ଷ୍ଟ୍ରିଟ୍ ଲାଇଟ୍ ଭାଙ୍ଗି ରାସ୍ତା ଉପରେ ଓଲଟି ପଡ଼ିଥିଲା।
ଦୁର୍ଘଟଣା ପରେ ରାସ୍ତାର ଗୋଟିଏ ପାର୍ଶ୍ୱରେ ଚାରିଚକିଆ ଯାନ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା। ଫଳରେ କିଛି ସମୟ ପର୍ଯ୍ୟନ୍ତ ସେହି ଅଞ୍ଚଳରେ ଯାତାୟାତ ପ୍ରଭାବିତ ହୋଇଥିଲା। ଖବର ପାଇ ବିନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଯାନବାହାନ ଚଳାଚଳ ସ୍ୱାଭାବିକ କରିବା ପାଇଁ ପଦକ୍ଷେପ ନେଇଛି। ସେହିପରି ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଥିଲା, ଚାଳକଙ୍କ ଅସାବଧାନତା ନା ଅନ୍ୟ କୌଣସି କାରଣ ରହିଛି, ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
















Leave a Reply