ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିଲା ହାଇୱା; ଡ୍ରାଇଭର ଗୁରୁତର

ଅକ୍ଷର ବ୍ୟୁରୋ: ବାଙ୍କୀ କଟକ ମୁଖ୍ୟ ରାସ୍ତାର ଭଗିପୁର ଗ୍ରାମ ନିକଟସ୍ତ ବଡ଼ ଶଙ୍ଖ ବ୍ରିଜଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସିପଡ଼ିଲା ହାଇୱା ଟ୍ରକ । ଫଳରେ ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇଯାଇଥିଲେ | ଦୀର୍ଘ ତିନି ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର ହେଲେ ଡ୍ରାଇଭର , ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତର । ସୂଚନା ଅନୁଯାୟୀ ବିଳମ୍ବିତ ରାତି ପ୍ରାୟ ୧୨ ଟା ସମୟରେ ଏକ ହାଇୱା ଟ୍ରକ ଭୁବନେଶ୍ୱରରୁ କାଳିକା ପ୍ରସାଦ ବାଲି ନେବାକୁ ଆସୁଥିବା ବେଳେ ବାଙ୍କୀ କଟକ ରାସ୍ତା ଭଗିପୁର ନିକଟରେ ଥିବା ବଡ଼ଶଙ୍ଖ ଠାରେ ହାଇୱା ଟ୍ରକ ଚାଳକଙ୍କ ଆଖି ଲାଗିଯିବାରୁ ଗାଡ଼ିଟି ଭାରସାମ୍ୟ ହରାଇ ବ୍ରିଜ ୩୦ ଫୁଟ ତଳକୁ ଖସି ପଡ଼ିଥିଲା । ଫଳରେ ଗାଡ଼ିଟି ଭାଙ୍ଗି ଯାଇଥିଲା | ଏବଂ ଡ୍ରାଇଭର ଜଣକ ଗାଡ଼ି ଭିତରେ ଫସି ରହିଥିଲେ ।

ସ୍ଥାନୀୟ ଲୋକମାନେ ଦେଖି ତୁରନ୍ତ ଅଗ୍ନିଶମ ବିଭାଗ ଓ ପୁଲିସ୍ ସୂଚନା ଦେଇଥିଲେ ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ଓ ଡମପଡା ଅଗ୍ନିଶମ ବିଭାଗ ଟିମ ପହଁଚି ଥିଲେ | ମାତ୍ର ଡ୍ରାଇଭରକୁ ବାହାର କରିବାକୁ ମୁସ୍କିଲ ହେଇଯାଇଥିଲା । ପରେ ବାରଙ୍ଗ ଅଗ୍ନିଶମ ବିଭାଗ ଟିମ ପହଁଚି କଟର ମେସିନ ସାହାଯ୍ୟରେ ଦୀର୍ଘ ତିନି ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଡ୍ରାଇଭରକୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ । ଡ୍ରାଇଭର ଜଣକଙ୍କ ର ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲରେ ସ୍ଥାନାନ୍ତର କରାଯାଇଥିବା ବେଳେ ଦୁର୍ଘଟଣା ଘଟିଥିବାରୁ ରାସ୍ତାର ଉଭୟ ପାର୍ଶ୍ଵରେ ଶହଶହ ହାଇୱା ଟ୍ରକ ଅଟକି ରହିଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)