କେନ୍ଦ୍ରାପଡ଼ା: ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ। ଏଥିରେ ଉଭୟ ପକ୍ଷରୁ ୪ ଜଣ ଆହତ ହୋଇଛନ୍ତି। ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ତରିପାଟଣା ଗାଁରେ ଘଟିଛି। ଆହତମାନଙ୍କ ମଧ୍ୟରୁ ଗୋଟିଏ ପରିବାରର ୩ ଜଣ ଥିବା ବେଳେ ଅନ୍ୟ ପରିବାରର ଜଣେ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ତରିପାଟଣା ଗାଁର ଦୁଇ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା। ଏନେଇ ପୂର୍ବରୁ ଉଭୟ ପକ୍ଷ ଆଳି ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ତେବେ ଗତକାଲି ପୁଣି ଜମିଜମା ବିବାଦକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ପ୍ରଥମେ ବଚସା ଓ ପାଟିତୁଣ୍ଡ ହୋଇଥିଲା। ପରେ ବଚସା ଉଗ୍ରରୂପ ନେଇ ଦୁଇ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା।
ସଂଘର୍ଷରେ ଗୋଟିଏ ପରିବାରର ୩ ଜଣ ଏବଂ ଅନ୍ୟ ପରିବାରର ଜଣେ ଆହତ ହୋଇଛନ୍ତି। ଆହତ ସମସ୍ତଙ୍କୁ ଚିକିତ୍ସା ପାଇଁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।ଘଟଣାର ଖବର ପାଇ ଆଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଜମିଜମା ବିବାଦର ପ୍ରକୃତ କାରଣ, ସଂଘର୍ଷରେ କେଉଁମାନେ ସମ୍ପୃକ୍ତ ଏବଂ ଘଟଣାର ସମ୍ପୂର୍ଣ୍ଣ ପୃଷ୍ଠଭୂମି ନେଇ ପୋଲିସ ତଦନ୍ତ ଜାରି ରଖିଛି।














Leave a Reply