ଅକ୍ଷର ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ରଞ୍ଜାଗୋଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି | ବିଦ୍ୟୁତ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ ହୋଇଛି | ମୃତକ ହେଲେ ମନୀଷା ଦେହୁରୀ ଏବଂ ରଞ୍ଜୁ ଦେହୁରୀ l ଉଭୟେ ଭୋର ସମୟରେ ବାଡ଼ି ପଟକୁ ଯିବା ସମୟରେ ତଳେ ପଡ଼ିଥିବା ବିଦ୍ୟୁତ ତାର ଲାଗି ଯାଇ ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l
ସୂଚାନୁଯାୟୀ, ଗତ ରାତିରେ ହୋଇଥିବା କାଳବୈଶାଖୀରେ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା l ଫଳରେ ଏହି ଅଘଟଣ ଘଟିଥିଲା l ପ୍ରଥମେ ବିଦ୍ୟୁତ ତାରରେ ଲାଗିଯାଇଥିଲେ ବଡ଼ ଯାଆ l ବଡ଼ ଯାଆଙ୍କୁ ବଞ୍ଚାଇବାକୁ ଯାଇ ସାନ ଯାଆ ମଧ୍ୟ ତାରରେ ଲାଗିଯାଇଥିଲେ l ସେମାନଙ୍କୁ ଗୁରୁତର ଅବସ୍ଥାରେ ହିନ୍ଦୋଳ ହସ୍ପିଟାଲକୁ ନିଆଯାଇଥିଲା l ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l














Leave a Reply