ବିମାନ ବାତିଲକୁ ନେଇ ଭୁବନେଶ୍ୱର ଏୟାରପୋର୍ଟରେ ହଙ୍ଗାମା

ଅକ୍ଷର ବ୍ୟୁରୋ: ବିମାନ ବାତିଲକୁ ନେଇ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳୁ ସକାଳୁ ଦେଖିବାକୁ ମିଳିଛି ହାଇଡ୍ରାମା। ବିମାନ ବାତିଲକୁ ନେଇ ଯାତ୍ରୀଙ୍କ ଅସନ୍ତୋଷ ତୀବ୍ର ହେବା ସହ ବିମାନବନ୍ଦର ପରିସରରେ ହୋହଲ୍ଲା ଓ ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଭୁବନେଶ୍ୱରରୁ କଲିକତା ଅଭିମୁଖେ ଉଡ଼ାଣ ଭରିବାକୁ ଥିବା ଏକ ବିମାନ ପ୍ରାୟ ୩ ଘଣ୍ଟା ବିଳମ୍ବ ହୋଇଥିଲା। ଦୀର୍ଘ ସମୟ ଅପେକ୍ଷା ପରେ ବିମାନଟିକୁ ଶେଷରେ ବାତିଲ କରାଯାଇଥିଲା। ବିମାନ ବାତିଲ ହେବା ଖବର ପାଇବା ପରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଯାତ୍ରୀମାନେ ବିମାନବନ୍ଦର ଅଧିକାରୀଙ୍କ ସହ ଯୁକ୍ତିତର୍କ କରିବା ସହ ହୋହଲ୍ଲା କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ବିମାନବନ୍ଦର ପରିସର ରଣକ୍ଷେତ୍ରର ରୂପ ନେଇଥିବା ଦେଖିବାକୁ ମିଳିଥିଲା।

ଅଭିଯୋଗ ଅନୁସାରେ, ଉତ୍ତ୍ୟକ୍ତ ଯାତ୍ରୀମାନେ ଆସବାବପତ୍ର ଭାଙ୍ଗିବା ସହ ଅଧିକାରୀଙ୍କ ସହ ତୀବ୍ର ଯୁକ୍ତିତର୍କ କରିଥିଲେ। ବିମାନ କାହିଁକି ବିଳମ୍ବ ହେଲା ଏବଂ ଦୀର୍ଘ ସମୟ ଅପେକ୍ଷା କରାଇବା ପରେ କାହିଁକି ବାତିଲ କରାଗଲା, ସେନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ବିମାନ ବାତିଲର ନିର୍ଦ୍ଦିଷ୍ଟ କାରଣ ଏବଂ ଘଟଣା ପରେ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି, ସେନେଇ ବିସ୍ତୃତ ସୂଚନା ଅପେକ୍ଷାରତ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial