ବିଦ୍ୟାଳୟରେ ବିଷଧର ସାପ ଆତଙ୍କ: ରୋଷେଇ ଘରୁ ସାପ ଉଦ୍ଧାର, ଅଧାରୁ ଛୁଟି ଘୋଷଣା

ଅକ୍ଷର ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ୍‌ର ନାରାୟଣପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଷଧର ସାପ ଦେଖାଯିବା ପରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ବିଦ୍ୟାଳୟର ରୋଷେଇ ଘରୁ ସାପ ବାହାରିବା ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିକୁ ତୁରନ୍ତ ବନ୍ଦ କରାଯାଇଥିଲା। ଘଟଣା ପରେ ପରିସ୍ଥିତି ଗମ୍ଭୀର ହୋଇପଡ଼ିବାରୁ ବିଦ୍ୟାଳୟ କର୍ତ୍ତୃପକ୍ଷ ସତର୍କତାମୂଳକ ପଦକ୍ଷେପ ନେଇ ସ୍କୁଲ୍‌କୁ ଅଧାରୁ ଛୁଟି ଘୋଷଣା କରିଥିଲେ। ଏହାଫଳରେ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଘରକୁ ପଠାଯାଇଥିଲା।

ସାପ ଦେଖାଯିବା ପରେ ପ୍ରଧାନ ଶିକ୍ଷୟିତ୍ରୀ ତୁରନ୍ତ ସ୍ନେକ୍ ହେଲ୍ପଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ୍ ହେଲ୍ପଲାଇନ୍ ଟିମ୍ ବିଦ୍ୟାଳୟରେ ପହଞ୍ଚି ସାବଧାନତାର ସହ ବିଷଧର ସାପକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ସାପ ଉଦ୍ଧାର ପରେ ବିଦ୍ୟାଳୟ ପରିସରରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ଏହି ଘଟଣା ପରେ ବିଦ୍ୟାଳୟ ପରିସରରେ ସଫେଇ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ବର୍ଷା ଋତୁରେ ସାପ ଆତଙ୍କକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ସ୍ଥାନୀୟ ଲୋକ ଓ ଅଭିଭାବକମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial