ବିଦ୍ୟୁତ କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ; କାଳବୈଶାଖୀ ଯୋଗୁ ତିନି ଦିନ ଧରି ବିଦ୍ୟୁତ ସରବରାହ ଠପ୍ ଥିବାରୁ କର୍ମଚାରୀଙ୍କୁ ଅଟକ ।

ଅକ୍ଷର ବ୍ୟୁରୋ: ମାଲକାନଗିରି ଜିଲ୍ଲା ଏମଭି-୬ ଗାଁରେ ବିଦ୍ୟୁତ ବିଭ୍ରାଟକୁ ନେଇ ଉତ୍ତେଜନା । ବିଦ୍ୟୁତ ମରାମତି କରିବାକୁ ଯାଇଥିବା କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ । ମାଲକାନଗିରି ସଦର ଅନ୍ତର୍ଗତ ଏମଭି-୬ ଗ୍ରାମ ସମେତ ଆଖପାଖର ପ୍ରାୟ ୧୦ଟି ଗାଁରେ ବିଦ୍ୟୁତ ବିଭ୍ରାଟ ଲାଗି ରହିଛି । କାଳବୈଶାଖୀ ଯୋଗୁ ତିନି ଦିନ ଧରି ମାଲକାନଗିରି ଜିଲ୍ଲାର ଏମଭି ୬ ଓ ଏହାର ପାଖ ଆଖ ଗାଁରେ ବିଦ୍ୟୁତ ସରବରାହ ଠପ୍ ହୋଇ ପଡ଼ିଥିଲା । ବିଦ୍ୟୁତ ବିଭାଗକୁ ବାରମ୍ବାର ଫୋନ କରି କୌଣସି ସୁଫଳ ମିଳିନଥିଲା । ଆଉ ଗତ କାଲି ଟାଟା ପାୱାର ୪ ଜଣ କର୍ମଚାରୀ ମରାମତି ପାଇଁ ଆସିଥିବାବେଳେ କର୍ମଚାରୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ମରାମତି ହୋଇନପାରିବାରୁ ସେମାନେ ଫେରି ଆସୁଥିଲେ । ତେବେ ଗ୍ରାମବାସୀ କର୍ମଚାରୀଙ୍କୁ ଛାଡ଼ି ନଥିଲେ । ଖବର ପାଇବା ପରେ ପୋଲିସ ଓ ପ୍ରଶାସନର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ସହ ଖୁବ୍ ଶୀଘ୍ର ବିଦ୍ୟୁତ ସେବା ସ୍ଵାଭାବିକ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)