ବିଦ୍ୟୁତ କାଟ୍ କୁ ନେଇ ଉତ୍ତେଜନା; ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ ।

ଅକ୍ଷର ବ୍ୟୁରୋ: ବିଦ୍ୟୁତ୍ ଲାଇନ୍ ଠିକ୍ କରିବାକୁ ଆସିଥିବା ବିଦ୍ୟୁତ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ । ଦେବଗଡ଼ ଜିଲ୍ଲା ତିଲେଇବଣୀ ବ୍ଲକ ଦୁଧିଆନାଳୀ ଗାଁରେ ଘଟିଛି ଏ ଅଭାବନୀୟ ଘଟଣା । ୪ ଦିନ ହେଲା ଅଞ୍ଚଳରେ ଲାଇନ୍ ନାହିଁ । କାଳବୈଶାଖୀ ଯୋଗୁଁ ଗତ ସୋମବାର ଠାରୁ ଅନ୍ଧାରରେ ଅଛନ୍ତି ଗ୍ରାମବାସୀ । ବାରମ୍ଵାର ଅଭିଯୋଗ ପରେ ଆଜି ଦୁଧିଆନାଳୀ ଗାଁକୁ ବିଦ୍ୟୁତ ବିଭାଗ ପକ୍ଷରୁ ମରାମତି ପାଇଁ ତିନି ଜଣ କର୍ମଚାରୀ ଆସିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ଗ୍ରାମବାସୀ ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧି ଦେବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଘଟଣାସ୍ଥଳକୁ ଆସିବାକୁ ଦାବି କରିଥିଲେ । ଖବର ପାଇ କଂସର ଫାଣ୍ଡି ପୋଲିସ ଏବଂ ବିଦ୍ୟୁତ ବିଭାଗ ଯନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ବିଦ୍ୟୁତ କର୍ମଚାରୀଙ୍କୁ ମୁକ୍ତ କରିଥିଲେ ଉତ୍ୟକ୍ତ ଲୋକ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)