କ୍ୟାମ୍ପସରେ ବିଶୃଙ୍ଖଳା ଆଚରଣ କରୁଥିବା ଅଭିଯୋଗରେ ୧୦୦ଜଣ ଛାତ୍ରଙ୍କ ବିରୋଧରେ ଭିସୁଟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ।

କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଶୃଙ୍ଖଳା ଆଚରଣକାରୀ ଛାତ୍ରଙ୍କ ବିରୋଧରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କ୍ୟାମ୍ପସରେ ବିଶୃଙ୍ଖଳା ଆଚରଣ କରୁଥିବା ଅଭିଯୋଗରେ ୧୦୦ଜଣ ଛାତ୍ରଙ୍କ ବିରୋଧରେ ଭିସୁଟ କର୍ତ୍ତୃପକ୍ଷ ପଦକ୍ଷେପ ନେଇଛନ୍ତି।

ଶୃଙ୍ଖଳା କମିଟି ଦ୍ୱାରା ବ୍ୟକ୍ତିଗତ ମାମଲାଗୁଡ଼ିକର ସମୀକ୍ଷା ପରେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରାୟ ୧୦୦ ଜଣ ଛାତ୍ରଙ୍କୁ ବିଭିନ୍ନ ପ୍ରକାରର ଅସଦାଚରଣ, ନିମ୍ନ ଉପସ୍ଥାନ ଏବଂ ବିଶ୍ୱବିଦ୍ୟାଳୟ ନିୟମ ଉଲ୍ଲଂଘନ ପାଇଁ ଦଣ୍ଡିତ କରାଯାଇଛି। ଏହାସହିତ ସେମାନଙ୍କଠାରୁ ୧୦୦୦ଟଙ୍କାରୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଜରିମାନା ଆଦାୟ କରାଯିବ ଏବଂ ଗ୍ରେଡ୍ ହ୍ରାସ ନେଇ ଦଣ୍ଡବିଧାନ କରାଯିବାକୁ ନିର୍ଦେଶ ଦିଆଯାଇଛି। ସମ୍ପୃକ୍ତ ଛାତ୍ରମାନଙ୍କୁ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା, ପଦକ ପାଇଁ ଅନୁଷ୍ଠିତ ହେଉଥିବା ଅନ୍ୟାନ୍ୟ ପ୍ରତିଯୋଗିତା ଏବଂ ପୁରସ୍କାର ସମାରୋହ ଭଳି ଶୈକ୍ଷିକ ସ୍ୱୀକୃତିରେ ଅଂଶଗ୍ରହଣ କରିବାରୁ ମଧ୍ୟ ବାରଣ କରାଯାଇଛି।

ବିଶ୍ୱବିଦ୍ୟାଳୟ ଅଧିକାରୀମାନେ ଗୁରୁତ୍ୱାରୋପ କହିଛନ୍ତି ଯେ ଏହି ପଦକ୍ଷେପଗୁଡ଼ିକ କେବଳ ଦଣ୍ଡମୂଳକ ନୁହେଁ। “ଆମର ଲକ୍ଷ୍ୟ ସଂସ୍କାରମୂଳକ – ସମ୍ମାନ ଏବଂ ଦାୟିତ୍ୱର ମୂଲ୍ୟବୋଧକୁ ପ୍ରତିଷ୍ଠା କରିବା ସହିତ ଶୈକ୍ଷିକ ବାତାବରଣରେ ପରିଚାଳିତ କ୍ୟାମ୍ପସ ସଂସ୍କୃତିକୁ ପ୍ରୋତ୍ସାହିତ କରିବା। ବିଶ୍ୱବିଦ୍ୟାଳୟର ନିଷ୍ପତ୍ତି ଏକ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଶିକ୍ଷାଗତ ଏବଂ ସାଂସ୍କୃତିକ ଅଖଣ୍ଡତାର ଉଚ୍ଚ ମାନଦଣ୍ଡ ସଂରକ୍ଷଣ ପାଇଁ ଭିସୁଟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)