ଘରେ ସ୍ମାର୍ଟ ମିଟର ଲଗାଇବାକୁ ଦେବୁନି; TPCODLକୁ ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟିର ଚରମ ଚେତାବନୀ

ଅକ୍ଷର ବ୍ୟୁରୋ: ସ୍ମାର୍ଟ ମିଟର ସ୍ଥାପନ ଓ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟକୁ ନେଇ ଢେଙ୍କାନାଳରେ TPCODL ବିରୋଧରେ ଅସନ୍ତୋଷ ତୀବ୍ର ହୋଇଛି। ଜିଲ୍ଲା ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଟାଟା ପାୱାର ପରିଚାଳିତ TPCODLକୁ ଚରମ ଚେତାବନୀ ଦିଆଯାଇଛି ଯେ, ଉପଭୋକ୍ତାଙ୍କ ସମ୍ମତି ବିନା ଘରେ ସ୍ମାର୍ଟ ମିଟର ଲଗାଇବାକୁ ଦିଆଯିବ ନାହିଁ।

ଜିଲ୍ଲା ବାର ଆସୋସିଏସନର ସଭାଗୃହରେ ଆୟୋଜିତ ଜିଲ୍ଲା ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟିର ବୈଠକରେ ସହରର ବିଭିନ୍ନ ବର୍ଗର ଉପଭୋକ୍ତା, ବୁଦ୍ଧିଜୀବୀ, ଓକିଲ, ବ୍ୟବସାୟୀ, ଡାକ୍ତର ଓ ସାମ୍ବାଦିକମାନେ ଯୋଗ ଦେଇ TPCODLର କାର୍ଯ୍ୟଶୈଳୀକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

ବୈଠକରେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ସ୍ମାର୍ଟ ମିଟର ସ୍ଥାପନ ପ୍ରକ୍ରିୟା ଓ ଗ୍ରାହକଙ୍କଠାରୁ ବିଭିନ୍ନ ଉପାୟରେ ଅର୍ଥ ଆଦାୟ କରାଯାଉଥିବା ଅଭିଯୋଗକୁ ନେଇ ତୀବ୍ର ବିରୋଧ କରାଯାଇଥିଲା। ସମସ୍ତେ ଏକ ସ୍ୱରରେ ସ୍ମାର୍ଟ ମିଟର ସ୍ଥାପନକୁ ବିରୋଧ କରିବା ସହ ଆଗାମୀ ଦିନରେ ଏହାକୁ ଲାଗୁ କରିବାକୁ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।

ସୂଚନା ଅନୁସାରେ, ଆସନ୍ତା ୧୪ ଜୁଲାଇରେ ଜିଲ୍ଲା ବିଦ୍ୟୁତ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟିର କୋର୍ କମିଟି ଓ TPCODL ଅଧିକାରୀଙ୍କ ମଧ୍ୟରେ ଏକ ଆଲୋଚନା ହେବ। ଉପଭୋକ୍ତା ସଂଘର ଦାବି ଓ ମତାମତକୁ ଅଣଦେଖା କରାଗଲେ ଆଗାମୀ ପରିସ୍ଥିତି ପାଇଁ TPCODL କର୍ତ୍ତୃପକ୍ଷ ନିଜେ ଦାୟୀ ରହିବେ ବୋଲି କ୍ରିୟାନୁଷ୍ଠାନ କମିଟି ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)