ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ଗାଁରେ ଜଙ୍ଗଲୀ ଭାଲୁ; ମହୁ ଖାଇ ଡାଗୱେଲରେ ଭିତରେ ଗଳିଲା ଭାଲୁ ।

ଅକ୍ଷର ବ୍ୟୁରୋ: ଡାଗୱେଲରେ ପଡିଛି ବିଶାଳକାୟ ଭାଲୁ । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ଦିନାସାହି ଗାଁରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଡାଗୱେଲରେ ପଡିଛି ଜଙ୍ଗଲୀ ଭାଲୁ । ଭାଲୁଟି ଜଙ୍ଗଲରୁ ଆସି ପ୍ରଥମେ ଏକ ଛୋଟ କୂଅ ଭିତରେ ପଶିବା ପରେ ସେଠାରୁ ନିଜେ ବାହାରି ମହୁ ଖାଇଥିଲା ଏବଂ ମହୁ ଖାଇ ଗ୍ରାମ ଆଡକୁ ଯିବା ସମୟରେ ଜଣେ ବ୍ୟକ୍ତିଙ୍କ ବାଡ଼ିରେ ଥିବା ଏକ ଡାଗୱେଲ ଭିତରେ ଭାଲୁଟି ଗଳି ପଡିଛି । ଭାଲୁଟି ପଡ଼ିଥିବା ଡାଗୱେଲଟି ଶୁଖିଲା ଥିବା ବେଳେ ବାହାରିବା ପାଇଁ ଭାଲୁଟି ଉଦ୍ୟମ କରିବା ସହିତ ହୁଙ୍କାର ମାରୁଛି ।

ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଭାଲୁ ନିକଟକୁ ଲୋକଙ୍କୁ ଯିବାକୁ ବାରଣ କରିଛି । ପ୍ରାୟ ୧୫ ଫୁଟ ତଳେ ଭାଲୁ ଟି ରହିଥିବା ବେଳେ ତାକୁ ଉଦ୍ଧାର କରିବା ପାଇଁ ରାପିଡ଼ ରେସପନ୍ସ ଟିମ ର ସହାୟତା ଲୋଡ଼ିଛି ବନ ବିଭାଗ । ଭାଲୁ ଦେଖିବା ପାଇଁ ଗ୍ରାମବାସୀ ସେଠାରେ ଭିଡ଼ ଜମାଇ ଥିଵା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)