ଅକ୍ଷର ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ବିଜୁ ଏକ୍ସପ୍ରେସ ୱେ ଦେଓକରଣପୁର ନିକଟରେ ବାଇକରୁ ଖସି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ରାଉରକେଲା ପଟୁ ପୁଅ ମାଙ୍କୁ ବାଇକରେ ବସାଇ ସୁନ୍ଦରଗଡ଼ ଆଡ଼କୁ ଆସୁଥିଲେ। ଦେଓକରଣପୁର ନିକଟରେ ବାଇକରୁ ହଠାତ ମା ଖସି ପଡ଼ିଲେ। ରାସ୍ତାରେ ତାଙ୍କ ମୁଣ୍ଡ ପିଟି ହେଲା, ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି | ଖବର ପାଇ ଏଲଆଣ୍ଡଟି ଉଦ୍ଧାରକାରୀ ଦଳ ତୁରନ୍ତ ତାଙ୍କୁ ଉଦ୍ଧାର କରି ବଡ଼ ଡାକ୍ତରଖାନାକୁ ଆଣିଥିଲା ବେଳେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ। ମୃତାଙ୍କ ପରିଚୟ ହସ୍ତଗତ ହୋଇନାହିଁ।
ବିଜୁ ଏକ୍ସପ୍ରେସ ୱେରେ ବାଇକରୁ ଖସି ମହିଳା ମୃତ୍ୟୁ












Leave a Reply