ଅକ୍ଷର ବ୍ୟୁରୋ: କଟକ ବାରଙ୍ଗ ଥାନା ତ୍ରିଶୁଳିଆ ସ୍ଥିତ କାଠଯୋଡ଼ି ନଦୀରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ବାରଙ୍ଗ ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଜବତ କରି କଟକ ବଡ଼ମେଡ଼ିକାଲ ପଠାଇଛନ୍ତି । ତେବେ ଯୁବତୀ ଜଣକ ଜୀବନ ହାରିଛନ୍ତି ନା ତାଙ୍କୁ କିଏ ହତ୍ୟା କରି ଫିଙ୍ଗିଦେଇଛି କାରଣ ଅସ୍ପଷ୍ଟ ରହିଛି । ତେବେ ଏ ପର୍ଯ୍ୟନ୍ତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ । ସେତୁ ଉପରେ ଏକ ବ୍ୟାଗ୍ ଓ ଚପଲ ପଡ଼ିଛି । ସକାଳୁ ମର୍ଣିଂ ୱାକ କରୁଥିବା ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ମୃତ ଯୁବତୀଙ୍କ ବ୍ୟାଗରୁ ମିଳିଥିବା ଡକ୍ଟର ପ୍ରେସକିପସନରୁ ଯୁବତୀଙ୍କ ପରିଚୟ ମିଳିଛି । ତାଙ୍କ ବୟସ ୨୮ ବର୍ଷ ବୋଲି ଜଣାପଡ଼ିଛି । ବ୍ୟାଗରୁ ପୁଲିସକୁ ମୋବାଇଲ ମଧ୍ୟ ମିଳିଛି ।
ତ୍ରିଶୁଳିଆ ବ୍ରିଜ ତଳୁ ମହିଳାଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ













Leave a Reply