ଅକ୍ଷର ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଡମୋଳ ଗାଁର ଅନେଇ ବେହେରା (୫୦)ଙ୍କୁ ଗତକାଲି ବିଳମ୍ବିତ ରାତିରେ ଦଳିଦେଲା ହାତୀ l ସୂଚନା ଅନୁଯାୟୀ ଅନେଇ ବେହେରା ଇଟା ଭାଟାରୁ କାମ ସାରି ରାତି ପ୍ରାୟ ସାଢେ ୧୦ଟା ବେଳେ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଗୋଠ ଛଡ଼ା ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ l ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା l ପରିବାର ଲୋକଙ୍କ ସହଯୋଗରେ ପୁଲିସ ଓ ବନ ବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରି ପର୍ଜଙ୍ଗ ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି |
ହାତୀ ଆକ୍ରମଣରେ ଶ୍ରମିକ ମୃତ












Leave a Reply