ଓଡ଼ିଶାରେ ଆୟୋଜିତ ହେବ ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିୟନସିପ୍ ।

ଅକ୍ଷର ବ୍ୟୁରୋ: ୨୦୨୮ରେ ଓଡ଼ିଶାରେ ଆୟୋଜିତ ହେବ ବିଶ୍ୱ ଆଥଲେଟିକ୍ସ ଇନଡୋର ଚାମ୍ପିୟନସିପ୍ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କଠାରୁ ବିଶ୍ବ ଆଥଲେଟିକ୍ସ ପତାକା ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ପତାକା ସର୍ବୋଚ୍ଚ ମାନର ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟ ଆୟୋଜନ କରିବା ପାଇଁ ଆମର ପ୍ରତିବଦ୍ଧତା, ଗର୍ବ ଓ ପ୍ରସ୍ତୁତିକୁ ପ୍ରତିଫଳିତ କରୁଛି । ୨୦୨୮କୁ ଦୃଷ୍ଟିରେ ରଖି ଓଡ଼ିଶା ବିଶ୍ୱକୁ ସ୍ୱାଗତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି ଚାମ୍ପିୟନସିପକୁ ସଫଳ କରି ଆମେ ନୂଆ ଇତିହାସ ରଚିବୁ ବୋଲି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)