ଓଡ଼ିଶାରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ‘ସାଇନ୍ସ ସିଟି’; ଏଥିପାଇଁ ରିପୋର୍ଟ ପ୍ରସ୍ତୁତ ଚାଲିଛି ବୋଲି କହିଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଅକ୍ଷର ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶାରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ‘ସାଇନ୍ସ ସିଟି’ । ସୂଚନା ଦେଇଛନ୍ତି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଯାହା ରାଜ୍ୟରେ ବିଜ୍ଞାନ, ଗବେଷଣା ଓ ନବୀନତାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ । ଏହି ପଦକ୍ଷେପ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ବୈଷୟିକ ଜ୍ଞାନ ସହ ଯୋଡ଼ିବା ସହିତ ‘ବିକଶିତ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନରେ ମାଇଲଷ୍ଟୋନ୍ ସାବ୍ୟସ୍ତ ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଓଡିଶାରେ ସାଇନ୍ସକୁ ଆଗକୁ ନେବାକୁ ପଡିବ । ସେଥିପାଇଁ ଓଡିଶାରେ ସାଇନ୍ସ ସିଟି ହେବାକୁ ଯାଉଛି । ବାହାର ରାଜ୍ୟରେ ଥିବା ସାଇନ୍ସ ସିଟି ଆମେ ଦେଖିକରି ଆସିଛୁ । ତାକୁ ଦେଖି ରିପୋର୍ଟ ପ୍ରସ୍ତୁତ ଚାଲିଛି । ସାଇନ୍ସ ସିଟି ପାଇଁ ସାଇନ୍ସଟିସମାନଙ୍କର ଏକ ଟିମ୍ ପ୍ରସ୍ତୁତ ହୋଇଛି । ଆଗାମୀଥର ରାଷ୍ଟ୍ରପତିଙ୍କ ସହ ଗ୍ରାଉଣ୍ଡ ମିଟିଂ ହେବ । ଓଡିଶା ପାଇଁ ସାଇନ୍ସ ସିଟି ନିହାତି ଆବଶ୍ୟକ ଯାହାଦ୍ୱାରା ପିଲାମାନେ ସାଇନ୍ସ ବାବଦରେ ବ୍ୟାପକ ଜ୍ଞାନ ଆହୋରଣ କରିପାରିବେ । ଖାଲି ସେତିକି ନୁହେଁ ବାୟୋଟେକ୍ନୋଲୋଜିରେ ମଧ୍ୟ ଆମ ରାଜ୍ୟ ଆଗରେ ଅଛି । ସାଟେଲାଇଟକୁ ଆହୁରି ଷ୍ଟ୍ରଙ୍ଗ କରିବାକୁ ଆମେ ଚେଷ୍ଟା କରୁଛୁ । ତେଣୁ ରାଜ୍ୟକୁ ସାଇନ୍ସରେ ଆଗକୁ ନେବା ପାଇଁ ଆମେ ପ୍ରଚେଷ୍ଟା ଚଲେଇଛୁ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)