ଅକ୍ଷର ବ୍ୟୁରୋ: ମୋବାଇଲ୍ ଟାୱାର ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଯୁବକ ଜଣକ ହେଲେ ଢେଙ୍କାନାଳ ତୁମୁସିଙ୍ଗ ଥାନା ଅନ୍ତର୍ଗତ ସୋଗର ଗାଁର ଯୁବକ ରୁଦ୍ର ନାରାୟଣ ଦାସ । ଆଜି ଟାୱାର ଉପରେ ଚଢ଼ିଥିବା ଦେଖିବାକୁ ମିଳିଛି । ଟାଉନ ଥାନା ନିକଟରେ ଥିବା ମୋବାଇଲ ଟାୱାରରେ ସେ ଚଢ଼ି ଯାଇଛନ୍ତି । ନିଜ ଦାବି ସମ୍ପର୍କରେ ଚିଠି ଲେଖି ଅଗ୍ନିଶମ ଅଧିକାରୀଙ୍କୁ ଦେଇଛନ୍ତି । ରୁଦ୍ର ୨୦୧୮ରେ ଓଏସ୍ଏପି-୧ ବାଟାଲିୟନରେ ଯବାନ ରୂପେ ଯୋଗଦେଇଥିଲେ ।
୨ ବାଟାଲିୟନ ଝାରସୁଗୁଡ଼ା ଟ୍ରେନିଂ ପାଇଁ ଯାଇଥିବା ବେଳେ ତାଙ୍କର କୋଭିଡ୍ ଟେଷ୍ଟ କରାଯାଇଥିଲା । ରିପୋର୍ଟ୍ ମଧ୍ୟ ନେଗେଟିଭ ଆସିଥିଲା । ମାତ୍ର ଏହା ପରେ ତାଙ୍କୁ ସାଲାଇନ୍ ବଦଳରେ ଏକ ଇଞ୍ଜେକ୍ସନ ଦିଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ପରେ ତାଙ୍କୁ ବୁର୍ଲା ମେଡିକାଲ ପଠା ଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ମାନସିକ ସ୍ଥିତି ଭଲ ନଥିବା ଦର୍ଶାଯାଇ ଚାକିରିରୁ ବହିଷ୍କୃତ କରାଯାଇଥିଲା । ପରେ ସେ ଚାକିରି ଫେରି ପାଇବା ଲାଗି ବିଭିନ୍ନ ଅଧିକାରୀ ଏବଂ ଜନ ପ୍ରତିନିଧିଙ୍କୁ ଜଣାଇଥିଲେ ସୁଦ୍ଧା ଏଯାଏଁ କୌଣସି ସୁଫଳ ମିଳିନାହିଁ ।












Leave a Reply