ଢେଙ୍କାନାଳ: ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଧୀନ ସାଆନ୍ଦା ହାଟ ନିକଟ ବଡ଼ବନ୍ଧରେ ଏହି ଅଘଟଣ ଘଟିଛି। ମୃତକ ହେଲେ ସାଆନ୍ଦା ଗ୍ରାମର ସମୀର ମହାରଣା (୩୫)। ସୂଚନା ଅନୁସାରେ, ସମୀର ଗତକାଲି ସନ୍ଧ୍ୟାରେ ଶୌଚ ହେବା ପାଇଁ ଘର ନିକଟ ବଡ଼ ପୋଖରୀକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ଓ ସ୍ଥାନୀୟମାନେ ଖୋଜାଖୋଜି କରିଥିଲେ ମଧ୍ୟ ଗତକାଲି ରାତିରେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା।
ଆଜି ସକାଳେ ପୋଖରୀ ତୁଠ ନିକଟରେ ସମୀରଙ୍କ ଚପଲ ପଡ଼ିଥିବା ଲୋକେ ଦେଖିଥିଲେ। ଏହାପରେ ପୋଖରୀ ଭିତରେ ଖୋଜାଖୋଜି କରିବା ବେଳେ କିଛି ଦୂରରେ ସମୀରଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ସରପଞ୍ଚଙ୍କଠାରୁ ଖବର ପାଇ ପର୍ଜଙ୍ଗ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ପୋଖରୀରୁ ସମୀରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାକୁ ନେଇ ସାଆନ୍ଦା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।














Leave a Reply