ଅକ୍ଷର ବ୍ୟୁରୋ: ରାଉରକେଲା ତରକେର ଡ୍ୟାମ୍ରେ ବୁଡ଼ି ଯୁବକ ମୃତ | ମୃତ ଯୁବକ ହେଲେ ରାଉରକେଲା ସେକ୍ଟର-୧୬ର ମାନଗୋବିନ୍ଦ ପାତ୍ର । ଗତକାଲି ସନ୍ଧ୍ୟାରେ ମାନଗୋବିନ୍ଦ ଅନ୍ୟ ଜଣେ ସାଙ୍ଗଙ୍କ ସହିତ ତରକେରା ଡ୍ୟାମରେ ଗାଧୋଉଥିଲା ବେଳେ ବୁଡି ଯାଇଥିଲେ | ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କାଲି ସଂଧ୍ୟାସୁଦ୍ଧା ବହୁ ଖୋଜାଖୋଜି କରିବା ପରେ ବି ଯୁବକଙ୍କ ସନ୍ଧାନ ମିଳିନଥିଲା । ଆଜି ପୁଣି ଦୁଇ ଘଣ୍ଟା ଖୋଜାଖୋଜି କରିବା ପରେ ମୃତଦେହକୁ ଉଦ୍ଧାର କରିଛନ୍ତି ଓଡ୍ରାଫ୍ ଟିମ୍ ।
ବ୍ରାହ୍ମଣୀ ନଦୀର ତରକେରା ଡ୍ୟାମ୍ରେ ବୁଡ଼ି ଯୁବକ ମୃତ












Leave a Reply