ଅକ୍ଷର ବ୍ୟୁରୋ: ପାଳଲହଡ଼ା ରେଙ୍ଗାଳି ଜଳଭଣ୍ତାରରେ ମାଛ ଧରିବାକୁ ଯାଇ ଯୁବକ ନିଖୋଜ । ନିଖୋଜ ଯୁବକ ଜଣକ କୁଶବଣିଆ ଗାଁର । ଗତକାଲି ଦିନ ୩ଟାରେ ଯୁବକ ଜଣକ ମାଛ ଧରିବା ପାଇଁ ଯାଇଥିଲା ବେଳେ ସେହି ସମୟରେ ଝଡ଼ ତେଫାନ ଆସିଥିଲା ଏବଂ ଡଙ୍ଗାଟି ଓଲଟି ପଡ଼ିଥିଲା । ଯୁବକ ଜଣକ ନିଜକୁ ବଞ୍ଚାଇବା ପାଇଁ ପହଁରିକି କୂଳକୁ ଆସିବାକୁ ଚେଷ୍ଟା କରିଥିଲେ ମାତ୍ର ପବନ ବେଶି ଥିବାରୁ ସେ ଆସି ନ ପାରି ଗଭୀର ଜଳ ଭିତରେ ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଦମକଳ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଯୁବକଙ୍କର ପତ୍ତା ମିଳିନାହିଁ ।
ପାଳଲହଡ଼ା ରେଙ୍ଗାଳି ଜଳଭଣ୍ତାରରେ ମାଛ ଧରିବାକୁ ଯାଇ ଯୁବକ ନିଖୋଜ










Leave a Reply