ଅକ୍ଷର ବ୍ୟୁରୋ: ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥାର୍ ଚଢାଇ ଯୁବକଙ୍କୁ ହତ୍ୟା ଘଟଣା । ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରୁଥିଲେ ଅଭିଯୁକ୍ତ । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ୫ ଜଣଙ୍କୁ ଅଟକ ରଖି ତନାଘନା କରୁଛି ପୋଲିସ । ତ୍ରିକୋଣୀୟ ପ୍ରେମରୁ ଥାର୍ ଚଢାଇ ହତ୍ୟା କରାଯାଇଥିବା ଡିସିପି ପ୍ରତିକ୍ରିୟା ଦେଇଛନ୍ତି ।
ସୂଚନାନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ନୀଳାଦ୍ରି ବିହାର ଅଞ୍ଚଳରେ ଏଟିଏମ୍ ଛକ ନିକଟରେ ୩ ଜଣ ଯୁବକ ବାଇକ୍ ରେ ଯାଉଥିବା ବେଳେ ଏକ ଦ୍ରୁତଗାମୀ ଥାର୍ ଗାଡ଼ି ପଛପଟୁ ଧକ୍କା ଦେଇଥିଲା । ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ । ମୃତ ଯୁବକଙ୍କ ଘର ଖୋର୍ଦ୍ଧା ଜିଲ୍ଲା କାଇପଦର ଅଞ୍ଚଳରେ । ଏନେଇ ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଛାନଭିନ୍ ଆରମ୍ଭ କରିଛି । ପୋଲିସ ଏହି ମାମଲାରେ ଥାର ଗାଡିକୁ ଜବତ କରିବା ସହ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ତ୍ରିକୋଣୀୟ ପ୍ରେମରୁ ଥାର୍ ଗାଡ଼ି ସାହାଯ୍ୟରେ ବାଇକ୍ ଆରୋହୀଙ୍କୁ ଚଢ଼ାଇ ହତ୍ୟା କରାଯାଇଥିବା ଡିସିପି ପ୍ରତିକ୍ରିୟା ରଖିଛନ୍ତି ।












Leave a Reply