ଅକ୍ଷର ବ୍ୟୁରୋ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଝାଲିଆବେଡ଼ା ଜଙ୍ଗଲରେ ହାତୀ ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି | ଆହାତ ଯୁବକ ହେଲେ ଜ୍ୟୋତିପୁର ଗ୍ରାମର ଶୁଭମ୍ କର । ଝାଲିଆବେଡ଼ା ଜଙ୍ଗଲ ଅଞ୍ଚଳରେ ଦୁଇଟି ହାତୀ ଥିବା ଖବରପାଇ ସ୍ଥାନୀୟ କିଛି ଯୁବକଙ୍କ ସହ ଶୁଭମ୍ ହାତୀଙ୍କୁ ଦେଖିବା ପାଇଁ ଜଙ୍ଗଲ ଭିତରକୁ ଯାଇଥିଲା ବେଳେ ହଠାତ ଏକ ହାତୀ ତାଙ୍କ ଉପରେ ଆକ୍ରମଣ କରିଥିଲା । ହାତୀଟି ଶୁଣ୍ଢରେ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜଙ୍ଗଲ ଭିତରକୁ ନଯିବା ପାଇଁ ଲୋକଙ୍କୁ ସଚେତନ କରିଛନ୍ତି ବନବିଭାଗ । ଏଥିସହ ବନଜନ୍ତୁଙ୍କ ନିକଟକୁ ଯାଇ ଫଟୋ ନଉଠାଇବା ପାଇଁ ପରାମର୍ଶ ଦେଇଛନ୍ତି ।
ହାତୀ ଆକ୍ରମଣରେ ଯୁବକ ଗୁରୁତର














Leave a Reply