ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଅନୁଗୋଳ: ବିଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ଅନୁଗୋଳ ଜିଲ୍ଲା ପାଳଲହଡ଼ା ଅଞ୍ଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ମୃତକ ହେଲେ ଖମାର ଥାନା ଜେନାପଡ଼ା ଗାଁର ସନ୍ତୋଷ ଗଡ଼ନାୟକ । ସୂଚନା ଅନୁସାରେ, ସନ୍ତୋଷ ସାର ପକାଇବା ପାଇଁ ବିଲକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ଧରି ସେ ଘରକୁ ଫେରିନଥିଲେ । ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଏହି ସମୟରେ ସନ୍ଧ୍ୟାରେ ଏନ୍‌ଏଚ୍‌-୧୪୯ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ପଛପଟ ଚାଷ ଜମିରୁ ସନ୍ତୋଷଙ୍କ ମୃତଦେହ ମିଳିଥିଲା ।

ତେବେ ନିକଟସ୍ଥ ଅନ୍ୟ ଜମି ମାଲିକଙ୍କ ସହ ସନ୍ତୋଷଙ୍କ ଝଗଡ଼ା ହୋଇଥିବା ଏବଂ ଏହାପରେ ତାଙ୍କୁ ହତ୍ୟା କରି ମୃତଦେହ ଚାଷ ଜମିରେ ଫିଙ୍ଗି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ହତ୍ୟା ଅଭିଯୋଗର ସତ୍ୟତା ଏବେ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି । ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ସନ୍ତୋଷଙ୍କ ମୃତ୍ୟୁ କିଭଳି ହେଲା ଏବଂ ପରିବାର ପକ୍ଷରୁ ଆସିଥିବା ହତ୍ୟା ଅଭିଯୋଗରେ କେତେ ସତ୍ୟତା ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial