ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ତା

ବ୍ରହ୍ମଗିରି: ଅତ୍ୟଧିକ ସ୍ନାନ ପରେ ଜ୍ଵରରେ କମ୍ପୁଛନ୍ତି ଚତୃଧାମୃତି । ସେପଟେ ଆଜିଠୁ ଅଣସର ଦର୍ଶନ ଓ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ । ବ୍ରହ୍ମଗିରି ଅଲାରନାଥ ପୀଠରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଲୌକିକ ରୂପ । ଶ୍ରୀମନ୍ଦିରରେ ପୂଜା ପାଉଛନ୍ତି ପଟି ଦିଅ | ବ୍ରହ୍ମଗିରିର ପ୍ରସିଦ୍ଧ ଅଲାରନାଥଙ୍କ ପୀଠରେ ଲାଗିଛି ଭକ୍ତ ମାନଙ୍କ ଗହଳି । ବଡ଼ି ଭୋରରୁ ଅଲାରନାଥଙ୍କ ପୀଠରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ । ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ମଧ୍ୟ ଦର୍ଶନ କରୁଛନ୍ତି । ସେଥିପାଇଁ ଅଲାରନାଥଙ୍କ ପୀଠରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ଆଖି ଆଗରେ ଶ୍ରଦ୍ଧାଳୁ ମାନଙ୍କ ଭିଡ ଦେଖି ମନ୍ଦିରରେ ୭ ପ୍ଲାଟୁନ ପୁଲିସ ମୁତୟନ ହୋଇଥିବା ବେଳେ । ୫୦ରୁ ଅଧିକ ସିସିଟିଭି ଲଗାଯାଇଛି । ୩୬୫ ଦିନ ଜଗନ୍ନାଥଙ୍କୁ ଦର୍ଶନ କଲେ ଯେତିକି ପୂଣ୍ୟ ମିଳିଥାଏ, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କ ଗୋଟିଏ ଦିନ ଦର୍ଶନ କଲେ ସମଫଳ ପ୍ରାପ୍ତି ହୋଇଥାଏ ବିଶ୍ୱାସ ରହିଛି । କଳାମୁଗୁନି ପଥରରେ ଚତୁର୍ଭୁଜ ନାରାୟଣ ଅଲାରନାଥ ରୂପେ ପୂଜା ପାଉଛନ୍ତି । ଦୁଇ ପାର୍ଶ୍ୱରେ ମା’ ଲକ୍ଷ୍ମୀ ଓ ମା’ ସରସ୍ୱତୀ ବିରାଜିତ । ଅଣସର ବେଳେ ପ୍ରଭୁଙ୍କ ପାଖରେ ସ୍ୱତନ୍ତ୍ର ସୁଆଦିଆ କ୍ଷୀରି ଭୋଗ ଲାଗି ହୋଇଥାଏ । ଯାହାକୁ ପାଇବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଥାଏ ।













Leave a Reply