ଅକ୍ଷର ବ୍ୟୁରୋ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି । ଶ୍ରୀମନ୍ଦିର ଭିତର କାଠରେ କଂଖାର ପଡିଥିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି । ଏଥିପାଇଁ ସାଧାରଣ ଦର୍ଶନ ପ୍ରାୟ ୧ ଘଣ୍ଟା ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା । ପରମ୍ପରା ଅନୁଯାୟୀ ଚୂନପାଣି ପଡ଼ି ସୌଧ କରାଯିବା ପରେ ମହାପ୍ରଭୁଙ୍କ ପୁନଃ ଦର୍ଶନ ଆରମ୍ଭ ହେବ । ଏଥିପାଇଁ ଭକ୍ତମାନେ ବ୍ୟାରିକେଡ଼ରେ ଅପେକ୍ଷା କରିଥିଲେ ।
ବଡ଼ ମହାସ୍ନାନ ନୀତି ପରେ ଏବେ ଶ୍ରୀମନ୍ଦିରରେ ସ୍ୱାଭାବିକ ହୋଇଛି ସର୍ବସାଧାରଣ ଦର୍ଶନ । ବଡ ମହାସ୍ନାନ ନୀତି ଯୋଗୁଁ ପ୍ରାୟ ଦେଢ଼ ଘଣ୍ଟା ବନ୍ଦ ରହିଥିଲା ସର୍ବସାଧାରଣ ଦର୍ଶନ । ମହାପ୍ରଭୁଙ୍କ ଅବକାଶ ପୂଜା ଶେଷ ପରେ ଭିତର କାଠ ଦର୍ଶନ ଚାଲିଥିବା ବେଳେ ଖଙ୍କାର ପଡିଥିବାରୁ ଦେଖିବାକୁ ମିଳିଥିଲା । ୮ ଟା ୨୬ ରେ ମହାସ୍ନାନ ନୀତି ଲାଗିଥିବା ବେଳେ ୯ ଟା ୧୦ ରେ ଧୁଆ ଧୂଇ ହୋଇ ଚୂନ ପଡ଼ିବା ପରେ ପ୍ରାୟ ୯ ଟା ୫୦ ବେଳକୁ ମହାସ୍ନାନ ପୂଜା ଶେଷ ହୋଇଥିଲା । ପରେ ସ୍ୱାଭାବିକ ହୋଇଛି ସର୍ବସାଧାରଣ ଦର୍ଶନ ।











Leave a Reply