ଦୁଇ ଗୋଷ୍ଠୀ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳିପାରିଲେନି ଶ୍ରୀମଦନମୋହନ ।

ଅକ୍ଷର ବ୍ୟୁରୋ: ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ନବମ ଦିନରେ ବିଭ୍ରାଟ ଦେଖାଦେଇଛି । ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ଚାପ ଖେଳିପାରିଲେନି ମଦନମୋହନ । ତୀବ୍ର ଅସନ୍ତୋଷ ପ୍ରକାଶ କଲେ ଶ୍ରଦ୍ଧାଳୁ । ଦୁଇ ଗୋଷ୍ଠୀ ସେବକଙ୍କ ମଧ୍ୟରେ କନ୍ଦଳ ଉପୁଜିବାରୁ ବିଳମ୍ବିତ ରାତି ଯାଏଁ ହୋଇପାରିଲା ନାହିଁ ଚାପ ଖେଳ । ଗତକାଲି ସନ୍ଧ୍ୟାରେ ପବନ ବହିବା ଯୋଗୁଁ ମହାପ୍ରଭୁଙ୍କ ଦିନ ଚାପ ହୋଇପାରିନଥିଲା । କିନ୍ତୁ ରାତି ଚାପ ପାଇଁ ଠାକୁରେ ନନ୍ଦା ଭଦ୍ରାରେ ବିଜେ ହୋଇ ସାରିଥିଲେ । ରାତି ଦଶଟାରେ ପ୍ରାୟ ଜଳକ୍ରୀଡ଼ା ପାଇଁ ଚାପରୁ ଦଉଡ଼ି ମଧ୍ୟ ଖୋଲା ସରିଥିଲା । କିଛି କ୍ଷଣ ଭିତରେ ଠାକୁରଙ୍କ ଚାପ କ୍ରୀଡ଼ା ହୋଇଥାନ୍ତା । ହେଲେ ଦୁଇ ଭିନ୍ନ ନୀତି ସେବକଙ୍କ ଭିତରେ ପ୍ରବଳ ଗଣ୍ଡଗୋଳ ହୋଇ ଠାକୁରଙ୍କ ଚାପ ଅଟକିଗଲା ।

ରାତି ସାଢ଼େ ୧୧ଟା ହୋଇଥିଲେ ସୁଦ୍ଧା ଚାପ କ୍ରୀଡ଼ା ହେବ କି ନାହିଁ ଭକ୍ତମାନେ ଜାଣି ନପାରି ଅପେକ୍ଷା କରିଥିଲେ । ଏପଟେ ଚାପରେ ଠାକୁରଙ୍କ ଚାମର ସେବା ଆଦି ଜାରି ରହିଥାଏ । ପରବର୍ତ୍ତୀ ନୀତି କ’ଣ ହେବ ଅର୍ଥାତ୍ ଚାପରେ ନରେନ୍ଦ୍ର ଜଳରେ ଠାକୁରେ କ୍ରୀଡ଼ା କରିବେ କିମ୍ବା ନୀତି ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ କେହି କିଛି ଜାଣିପାରୁ ନଥିବା ଦେଖଣାହାରୀ କହିଥିଲେ । ରାତି ସାଢ଼େ ୧୧ଟାରେ କିଛି ସମୟ ପାଇଁ ବିଜୁଳି ଚାଲିଯାଇଥିଲା । ବିଳମ୍ବିତ ରାତିରେ ନରେନ୍ଦ୍ର ଚକଡ଼ାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପହଞ୍ଚି ବୁଝାସୁଝା କରିବା ପରେ ଠାକୁର ଚାପରୁ ଉଠିଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)