ରଥ ଖଳାରେ ଚାଲିଛି ଚକ ନିର୍ମାଣ; ତିନି ରଥର ତିନୋଟି ଲେଖାଏଁ ନାହାକା ଚକ ନିର୍ମାଣ ଶେଷ ।

ଅକ୍ଷର ବ୍ୟୁରୋ: ଚଳଚଞ୍ଚଳ ରଥଖଳା । ରଥ ନିର୍ମାଣର ଆଜି ପନ୍ଦରତମ ଦିନ । ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ରଥ ନିର୍ମାଣ ସେବକଙ୍କ ଉପସ୍ଥିତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ତିନି ରଥର ତିନୋଟି ଲେଖାଏଁ ନାହାକା ଚକ ନିର୍ମାଣ ଶେଷ ହୋଇଛି । ମହାପ୍ରଭୁଙ୍କ ମାଳ ମାହାର୍ଦ୍ଦ ସମର୍ପଣ କରି ତିନି ରଥର ମୁଖ୍ୟ ବିଶ୍ୱକର୍ମା ନାହାକା ଅଖ ତିଆରି ଆରମ୍ଭ କରିଛନ୍ତି । ଏବେ ଅନ୍ୟ ତୁମ୍ଭରେ ପଇ ବିନ୍ଧ ବାଡିଆ ସହ ତୁମ୍ବରେ ସଂଯୁକ୍ତ ଅରରେ ପଇ ଲାଗି କରାଯାଉଛି । ଏଥିସହ ତିନିରଥର ଗୋଟିଏ ଲେଖାଏଁ ୧୨ ଫୁଟିଆ ଅସନ କାଠର ପ୍ରଭା ଅପସରା ଏବଂ ଗୋଟିଏ ଲେଖାଏଁ ସିଂହାସନ ରାଏ ଚଉପଟ କାର୍ଯ୍ୟ ଜାରି ରହିଛି । ତିନିରଥର ରୂପକାର ସେବକ ମାନେ ତିନି ରଥର କୋଣ ଗୁଜ ବା ସାଲ ଗୁଜରେ ସିଂହ ବିରଳ ରୂପ ଖୋଦେଇ କାର୍ଯ୍ୟ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)