ଏଣିକି ୪ଦିନ ପାଇଁ ବନ୍ଦ ରହିବ ଏହି ସବୁ ଦୋକାନ , ଜାଣନ୍ତୁ କେଉଁ ଦୋକାନ ସବୁ ୪ଦିନ ପାଇଁ ବନ୍ଦ ରହିବ

ଅକ୍ଷର ବ୍ୟୁରୋ: ସରକାରଙ୍କ ପକ୍ଷରୁ ବଡ ଘୋଷଣା | ଏଣିକି ୪ଦିନ ପାଇଁ ବନ୍ଦ ରହିବ ମଦ ଦୋକାନ। ଦିଲ୍ଲୀ ବିଧାନସଭା ର୍ନିବାଚନ ଯୋଗୁଁ, ମଦ ଦୋକାନ ୪ଦିନ ପାଇଁ ବନ୍ଦ ରହିବ ବୋଲି ଦିଲ୍ଲୀ ଅବକାରୀ ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀ ଅବକାରୀ ବିଭାଗର ଏହି ନିଷ୍ପତ୍ତି କେବଳ ମଦ ଦୋକାନ ପାଇଁ ନୁହେଁ ବରଂ ବାର ଏବଂ ହୋଟେଲ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ, ଯେଉଁଠାରେ ଡ୍ରାଏ ଡେ ସମୟରେ ମଦ ପରିବେଷଣ କରାଯିବ ନାହିଁ।ଦିଲ୍ଲୀରେ ବିଧାନସଭା ର୍ନିବାଚନ ପାଇଁ ମତଦାନ ଆଜିଠାରୁ ଆରମ୍ଭ ହୋଇଯାଇଛି। ଏହାକୁ ଧ୍ୟାନରେ ରଖି, ଫେବୃଆରୀ ୩ ସଂଧ୍ୟାରୁ ଦିଲ୍ଲୀରେ ମଦ ଦୋକାନଗୁଡ଼ିକ ବନ୍ଦ ରହିଛି। ଏହି ସମୟ ମଧ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ବାରଗୁଡ଼ିକରେ ମଦ ପରିବେଷଣ କରାଯିବ ନାହିଁ। ଏହା ବ୍ୟତୀତ, ଫେବୃଆରୀ ୮ରେ ଭୋଟ ଗଣତି ସମୟରେ ଦିଲ୍ଲୀରେ ଡ୍ରାଏ ଡେ ରହିବ।ଦିଲ୍ଲୀ ଅବକାରୀ କମିଶନର ଏକ ଗେଜେଟ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ରାଜଧାନୀ ଦିଲ୍ଲୀରେ ବିଧାନସଭା ର୍ନିବାଚନ ଯୋଗୁଁ, ଫେବୃଆରୀ ୩, ୪ ଓ ୫ ରେ ଲଗାତାର ତିନି ଦିନ ପାଇଁ ବନ୍ଦ ରହିବ। ବିଜ୍ଞପ୍ତିରେ କୁହାଯାଇଛି ଯେ ୫ ଫେବୃଆରୀରେ ମତଦାନ ସମାପ୍ତ ହେବା ପରେ ସଂଧ୍ୟା ୫ଟା ପରେ ମଦ ଦୋକାନ ଖୋଲାଯାଇପାରିବ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)