ଅକ୍ଷର ବ୍ୟୁରୋ : ଆଜି ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲରୁ ଡିସଚାର୍ଜ ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ। ଡାକ୍ତରଙ୍କ ପରାମର୍ଶ ପରେ ପ୍ରତାପ ଷଡ଼ଙ୍ଗୀଙ୍କୁ ଡିସଚାର୍ଜ କରାଯାଇଛି । ତେବେ ସେ ଗତ ୧୯ ତାରିଖରେ ସଂସଦ ପରିସରରେ ଠେଲାପେଲାରେ ଆହତ ହୋଇଥିଲେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ | ସଂସଦ ଭବନ ସିଡ଼ି ଚଢିବା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଠେଲି ଦେଇଥିବା ପ୍ରତାପ ଅଭିଯୋଗ କରିଥିଲେ ଏବଂ ପରେ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସୂଚନା ଅନୁଯାୟୀ ସଂସଦ ଭବନରେ କଂଗ୍ରେସ ନେତାଙ୍କ ଠେଲା ପେଲା ମଧ୍ୟରେ ଆହତ ହୋଇଥିଲେ ପ୍ରତାପ ଷଡ଼ଙ୍ଗୀ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସହ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ତାଙ୍କୁ ୧୯ ତାରିଖ ଦିନ ଭର୍ତ୍ତି କରାଯାଇଥିଲା ।ଏଥିସହ ସାଂସଦ ପ୍ରତାପ ଷଡଙ୍ଗୀ କହିଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଧକ୍କା ଦେବାରୁ ସଂପୃକ୍ତ ସାଂସଦ ତାଙ୍କ ଉପରେ ପଡ଼ି ଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ସଂସଦ ପରିସରରେ କଂଗ୍ରେସ ପାର୍ଟିରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଏହି ଅଘଟଣ ଘଟିଥିଲା ।
ସୁସ୍ଥ ହେବା ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସାଂସଦ ପ୍ରତାପ ଷଡଙ୍ଗୀ : ୧୯ରେ ହୋଇଥିଲେ ଭର୍ତ୍ତି















Leave a Reply