ଅକ୍ଷର ବ୍ୟୁରୋ: ମହିଳା ଚଳାଇବେ ‘ଆମ ବସ୍’ । ଇଲେକ୍ଟ୍ରିକ୍ ବସ୍ ଚାଳନା ତାଲିମ ପାଇଁ ଆଜି ପୁଣେ ଯିବେ ୨୦ ଜଣ ମହିଳା ଡ୍ରାଇଭର । ଆଜି ୫.୩୦ରେ ରହିଛି ତାଙ୍କ ବିମାନ । ଫ୍ଲାଇଟ ଟିକେଟ ପ୍ରଦାନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ୧୪ ଦିନ ସ୍ୱତନ୍ତ୍ର ଆଡ଼ଭାନ୍ସ ଇଭି ବସ୍ ର ତାଲିମ ନେବେ ଏମାନେ । ୧୭ ଫେବୁଆରୀରେ ଫେରିବେ ଟିମ୍ । ଆମ ବସ ଛୋଟ ବା ମିନି ଇଭି ବସ ଚଳାଇବେ ମହିଳା ଡ୍ରାଇଭର । ପୁଣେ ଟ୍ରାଫିକରେ ଚଳାଇବାର ତାଲିମ ନେଇ ଆସିବେ ଏମାନେ । ଟ୍ରେନିଂ ପରେ ମହିଳା ଡ୍ରାଇଭର ଫେରିବା ପରେ ସୁଭଦ୍ରା ବସ ଚଲେଇବା ପାଇଁ ଲକ୍ଷ ରହିଛି । କେବଳ ମହିଳା ମାନେ ହି ବସ୍ରେ ଦାୟିତ୍ୱ ନେବେ । ଏହାସହ ମହିଳା ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ରହିବେ ।
‘ଆମ ବସ୍’ ଚଳାଇବେ ମହିଳା; ତାଲିମ ପାଇଁ ଆଜି ପୁଣେ ଯିବେ ୨୦ ଜଣ ମହିଳା ।












Leave a Reply