ଅକ୍ଷର ବ୍ୟୁରୋ: କୋରାପୁଟ ଜିଲ୍ଲା ସୁନାବେଡ଼ା ସି-ଜୋନ୍ରେ ଥିବା ୧୬୧ ନମ୍ବର HAL କ୍ୱାର୍ଟର୍ସରୁ ଏକାଥରେ ୨୨ଟି ନାଗସାପ ଛୁଆ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏତେ ସଂଖ୍ୟକ ବିଷଧର ସାପ ଛୁଆକୁ ଏକାସାଙ୍ଗରେ ଦେଖି କ୍ୱାର୍ଟର୍ସରେ ରହୁଥିବା ଜଣେ HAL କର୍ମଚାରୀ ଭୟଭୀତ ହୋଇପଡ଼ିଥିଲେ। ସୂଚନା ମିଳିବା ପରେ ସେମିଳିଗୁଡ଼ା ଅଗ୍ନିଶମ ବିଭାଗ ଏବଂ ସ୍ନେକ୍ ହେଲ୍ପଲାଇନ୍ର ସଦସ୍ୟମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ଚଳାଇଥିଲେ। ସତର୍କତାର ସହ କ୍ୱାର୍ଟର୍ସର ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ୨୨ଟି ନାଗସାପ ଛୁଆଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ଉଦ୍ଧାର ପରେ ସାପ ଛୁଆମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଛାଡ଼ିବା ପାଇଁ ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ସାପମାନେ ବାସସ୍ଥାନ ଭିତରକୁ ପଶି ଆସୁଥିବା ଘଟଣା ବଢ଼ୁଥିବାରୁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବା ସହ ସାପ ଦେଖିଲେ ନିଜେ ଧରିବାକୁ ଚେଷ୍ଟା ନକରି ତୁରନ୍ତ ଅଗ୍ନିଶମ ବିଭାଗ କିମ୍ବା ସ୍ନେକ୍ ହେଲ୍ପଲାଇନ୍କୁ ଖବର ଦେବାକୁ ପରାମର୍ଶ ଦିଆଯାଇଛି।













Leave a Reply