ମେ ୧୫ ଯାଏଁ ବନ୍ଦ ରହିବ ଦେଶରେ ୨୪ଟି ବିମାନବନ୍ଦର । ସମୟ ସକାଳ ସାଢେ ୫ଟା ଯାଏଁ ଏହି ୨୪ଟି ବିମାନବନ୍ଦରରେ ଉଡାଣ ବନ୍ଦ ରହିବ । ଭାରତ- ପାକ୍ ଉତ୍ତେଜନା ଭିତରେ ଏଭଳି ନିଷ୍ପତ୍ତି ନେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ । ଏ ନେଇ ଏୟାର ଇଣ୍ଡିଆ ମଧ୍ୟ Xରେ ପୋଷ୍ଟ କରିଛି । ଜମ୍ମୁକାଶ୍ମୀର, ଶ୍ରୀନଗର, ଲେହ, ଯୋଧପୁର, ଅମ୍ରିତସର, ଭୁଜ, ଜାମନଗର, ରାଜକୋଟରୁ ଏୟାର ଇଣ୍ଡିଆ ମଧ୍ୟ ନିଜର ସବୁ ବିମାନ ଚଳାଚଳକୁ ବନ୍ଦ କରିଛି । ଏନେଇ ଅପଡେଟ୍ ଦେଇ ବିଭାଗ ତରଫରୁ ଯାତ୍ରୀଙ୍କୁ ଅନୁରୋଧ କରାଯାଇଛି।
ଦେଶରେ ମୋଟ ୪୮୭ ଏୟାରପୋର୍ଟ ରହିଛି । ଏଥିରୁ ୧୩୭ଟି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ହେଉଛି । ଏଥିରେ ରହିଛି ୩୪ଟି ଅନ୍ତର୍ଜାତୀୟ ଏୟାରପୋର୍ଟ, ୧୦ଟି କଷ୍ଟମ ଏୟାରପୋର୍ଟ ଓ ୧୦୩ ଡୋମେଷ୍ଟିକ୍ ଏୟାରପୋର୍ଟ ରହିଛି । ତେବେ ଖୁବଶୀଘ୍ର ସ୍ଥିତି ସୁଧାର ହେବ ବୋଲି ଆଶା କରାଯାଉଛି ।












Leave a Reply