ହୀରାକୁଦ ଡ୍ୟାମରୁ ୨୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି ।

ଫୁଲୁଛି ହୀରାକୁଦ, ବଢୁଛି ଜଳସ୍ତର। ବନ୍ୟା ଜଳ ନିସ୍କାସନ ପାଇଁ ହୀରାକୁଦରୁ ପୁଣି ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲୁଛି । ଆଜି ମୋଟ୍ ୮ଟି ଗେଟ୍ ଖୋଲିଲାଣି । ଆଜି ସକାଳେ ପ୍ରଥମେ ୪ଟି ଓ ପରେ ଆଉ ୪ଟି ଖୋଲାଯାଇଛି । ଏହାକୁ ମିଶାଇ ବର୍ତ୍ତମାନ ହୀରାକୁଦ ଡ୍ୟାମରୁ ୨୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ଉପରମୁଣ୍ଡରେ ବର୍ଷା ଓ ବନ୍ୟା ଜଳ ପ୍ରବେଶ ପରେ ଫୁଲୁଛି ହୀରାକୁଦ ଡ୍ୟାମ୍ । କ୍ରମାଗତ ଜଳସ୍ତର ବଢୁଥିବାରୁ ଅଧିକରୁ ଅଧିକ ଗେଟ୍ ଖୋଲିଛି ।

ସେପଟେ ଜଳକାକୁ ଛାଡିଦେଲେ ଅନ୍ୟ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ । ଜଳକା ବନ୍ୟା ପାଣିରେ ବାଲେଶ୍ବର ଜିଲ୍ଲା ବସ୍ତାର କିଛି ଅଞ୍ଚଳ ପ୍ରଭାବିତ ହୋଇପାରେ। ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ବୈତରଣୀରେ ବିପଦ ସଙ୍କେତ ତଳକୁ ଖସିଛି ଜଳସ୍ତର। ଭଦ୍ରକ ଜିଲ୍ଲା ଆଖୁଆପଦାରେ ବର୍ତ୍ତମାନ ୧୮.୨୪ ମିଟର ବନ୍ୟା ପାଣି ପ୍ରବାହିତ ହେଉଛି। ଆସନ୍ତାକାଲି ବୈତରଣୀ ଜଳସ୍ତର ସତର୍କ ସଙ୍କେତ ତଳକୁ ଖସିବ। ଆସନ୍ତା ୭ ତାରିଖରେ ମୁଣ୍ଡଳିରେ ସାଢ଼େ ୪ ଲକ୍ଷରୁ ୫ ଲକ୍ଷ ବନ୍ୟା ଜଳ ପହଞ୍ଚିବ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)