ପଶ୍ଚିମବଙ୍ଗରେ ୨୫ ହଜାର ଶିକ୍ଷକ ଏବଂ କର୍ମଚାରୀଙ୍କ ନିଯୁକ୍ତି ବାତିଲକୁ ସୁପ୍ରିମକୋର୍ଟର ସମର୍ଥନ।

ପଶ୍ଚିମବଙ୍ଗରେ ୨୫ ହଜାର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ନିଯୁକ୍ତି ବାତିଲ କରିବାକୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ କରିଛନ୍ତି ସମର୍ଥନ। ଚୟନ ପ୍ରକ୍ରିୟାକୁ ଦୁର୍ନୀତିଗ୍ରସ୍ତ ଏବଂ କଳଙ୍କିତ ବୋଲି କହି ସରକାରୀ ତଥା ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟରେ ୨୫,୭୫୩ ଶିକ୍ଷକ ଏବଂ ଅନ୍ୟ କର୍ମଚାରୀଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ରଦ୍ଧ କରିଛନ୍ତି । ପ୍ରଧାନ ବିଚାରପତି କହିଛନ୍ତି, ଯେଉଁ କର୍ମଚାରୀଙ୍କ ନିଯୁକ୍ତି ବାତିଲ ହୋଇଛି ସେମାନଙ୍କ ଦରମା ଏବଂ ଅନ୍ୟାନ୍ୟ ଭତ୍ତା ଫେରସ୍ତ କରିବା ଆବଶ୍ୟକ ନାହିଁ । ଚୟନ ପ୍ରକ୍ରିୟାକୁ ପୁଣିଥରେ ଆରମ୍ଭ କରିବାକୁ ଏବଂ ତିନି ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ମାନବିକତା ଦୃଷ୍ଟିରୁ କେବଳ ଭିନ୍ନକ୍ଷମ କର୍ମଚାରୀଙ୍କୁ କାର୍ଯ୍ୟରେ ରଖାଯିବ । ସିବିଆଇ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ପଶ୍ଚିମବଙ୍ଗ ସରକାରଙ୍କ ଆବେଦନ ଉପରେ ଏପ୍ରିଲ ୪ ରେ ଶୁଣାଣି ସ୍ଥିର ହୋଇଛି । ଏହି ମାମଲା ପଶ୍ଚିମବଙ୍ଗ SSC ନିଯୁକ୍ତି ମାମଲା ଭାବରେ ମଧ୍ୟ ଜଣାଶୁଣା । ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ବିଚାରପତି ପିଭି ସଞ୍ଜୟ କୁମାରଙ୍କ ଖଣ୍ଡପୀଠ ଚୟନ ପ୍ରକ୍ରିୟା ସମ୍ପର୍କରେ ଦୃଢ଼ ପର୍ୟ୍ୟବେକ୍ଷଣ କରିଥିଲେ ଏବଂ କହିଥିଲେ ,ନିଯୁକ୍ତିଗୁଡ଼ିକ ଠକେଇ ସହିତ ସମାନ । ତେବେ ଏହି ପରିପେକ୍ଷୀରେ ସର୍ବୋଚ୍ଚ ନ୍ୟାୟାଳୟ କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରି ଦେଇଛନ୍ତି । ଯାହାଦ୍ୱାରା ମମତା ସରକାରଙ୍କୁ ବଡ ଝଟକା ଲାଗିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)