କଟକରେ ସରିଲା କର୍ଫ୍ୟୁ ସମୟ । ୩୬ ଘଣ୍ଟାର କର୍ଫ୍ୟୁ ସରିବା ପରେ କଟକ ସହରରେ ଧିରେ ଧିରେ ସ୍ଥିତି ସ୍ୱାଭାବିକ ହେଉଛି । ଧିରେ ଧିରେ ଲୋକ ଘରୁ ବାହାରୁଥିବା ଦେଖିବାକୁ ମିଳିଛି । ତେବେ ସମୟ ସରିବା ଅବା କର୍ଫ୍ୟୁ କୋହଳ ହେବା ନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ । ସାନି ଘୋଷଣା ହେବା ଏବେ ବି ବାକି ଅଛି । ସେପଟେ ଇଣ୍ଟରନେଟ୍ କଟକଣା ଏବେ ବି ବଳବତ୍ତର ରହିଛି । ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସିଏମ୍ସି, ସିଡିଏ, ବୟାଳିଶି ମୌଜାରେ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । କର୍ଫ୍ୟୁ ସମୟ ସରିଥିଲେ ବି ଏବେ ବି ଛକ ଛକରେ ପୁଲିସ ପଇଁତରା ମାରୁଛି । ପାଟ୍ରୋଲିଂ ଓ ଚେକିଂ ଜାରି ରହିଛି । କିଛି ସ୍ଥାନରେ ରାସ୍ତା କଡ଼ରେ ଥିବା ଦୋକାନ ଖୋଲିଛି । ଜରୁରୀ ସେବା ପାଇଁ ପରିଚୟପତ୍ର ଯାଞ୍ଚ କରି ଛଡ଼ାଯାଉଛି । ବିଶୃଙ୍ଖଳା ଘଟଣା ପରେ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଛି । ଘଟଣାରେ ୩ଟି ମାମଲା ରୁଜୁ କରି ୮ଜଣଙ୍କୁ ଗିରଫ କରାଯାଇଛି । କୌଣସି ପ୍ରକାର ଗୁଜବରେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ । ଦଶହରା ଭସାଣ ବେଳେ ବିବାଦ ଉପୁଜିବାରୁ ସହରରେ କର୍ଫ୍ୟୁ ଲାଗୁ କରାଯାଇଥିଲା ।
କଟକରେ ସରିଛି ୩୬ ଘଣ୍ଟାର କର୍ଫ୍ୟୁ,ଏବେବି ଇଣ୍ଟରନେଟ୍ ସେବା କଟକଣା ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବୃଦ୍ଧି ।












Leave a Reply