ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୪୫ ମାଓବାଦୀ । ବସ୍ତର, ନାରାୟଣପୁର ଓ ସୁକ୍ମାରେ ଆତ୍ମସମର୍ପଣ । ଆତ୍ମସମର୍ପଣକାରୀ ମାଓବାଦୀଙ୍କ ମଧ୍ୟରେ ୩୭ ପୁରୁଷ ଓ ୮ ମହିଳା । ସୁକମା ଏସପିଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି । ୨୨ ହାର୍ଡକୋର ମାଓବାଦୀଙ୍କ ନାଁରେ ୩୭ ଲକ୍ଷର ପୁରସ୍କାର ରାଶି ଥିଲା । ଆଉ ୨୩ ମାଓବାଦୀଙ୍କ ନାଁରେ ୧ କୋଟି ୧୮ ଲକ୍ଷର ପୁରସ୍କାର ରାଶି ଥିଲା । ଏମାନଙ୍କ ମଧ୍ୟରୁ କିଛି ମାଓବାଦୀ ସୁକମାର ପୂର୍ବତନ ଜିଲ୍ଲାପାଳଙ୍କ ଅପହରଣ ମାମଲାରେ ଜଡିତ ଥିଲେ।
ପୂର୍ବରୁ ଛତିଶଗଡର ବସ୍ତର IG ଓ ନାରାୟଣପୁର ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ୨୨ ଜଣ ମାଓବାଦୀ । ସେମାନଙ୍କ ନାଁରେ ଥିଲା ୩୭ ଲକ୍ଷ ଟଙ୍କାର ପୁରସ୍କାର । ଏମାନଙ୍କ ଭିତରେ ୧୪ ଜଣ ପୁରୁଷ ଓ ୮ ଜଣ ମହିଳା ମାଓବାଦୀ । ସରକାରଙ୍କର ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ୨୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଆଜି ମୋଟ ୪୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।












Leave a Reply