ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍‌; ଏବେ ୧୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ।

ଖୋଲିଲା ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍‌ । ଏବେ ୧୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ୱର ୮ଟି ଓ ଡାହାଣ ପାର୍ଶ୍ଵର ୪ଟି ଗେଟ୍‌ ଖୋଲା ରହିଛି । ଜଳଭଣ୍ଡାରର ଜଳସ୍ତର ୬୨୯ ଦଶମିକ ୯୭ ଫୁଟ ରହିଛି । ୨ଲକ୍ଷ ୫ହଜାର ୪୨୬ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବା ବେଳେ ୧ଲକ୍ଷ ୬୭ହଜାର ୩୦୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

ଅନ୍ୟପଟେ ସମ୍ବଲପୁରରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିଛି । ଜଗନ୍ନାଥ କଲୋନୀ ରାସ୍ତାରେ ପାଣି ଲହଡି ଭାଙ୍ଗୁଛି । ସାକ୍ଷୀପଡାରୁ ଜଗନ୍ନାଥ କଲୋନୀ ସଂଯୋଗ କରୁଥିବା ଅଣ୍ଡରପାସରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମିଛି । ଯଦି ବର୍ଷା ଲାଗିରହେ ବିଭିନ୍ନ ଘରକୁ ପାଣି ପଶିବାର ଆଶଙ୍କା କରାଯାଉଛି । ସେହିପରି ଦାନୀପାଲି ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି । ଡ୍ରେନେଜ ବ୍ୟବସ୍ଥା ଠିକ୍ ନଥିବାରୁ ଗୋଟିଏ ଦିନର ବର୍ଷାରେ ବେହାଲ ହୋଇପଡ଼ିଛି ସମ୍ବଲପୁର ସହର । ହୀରାକୁଦର ୧୨ଟି ଗେଟ୍‌ ଖୋଲାଥିବାରୁ ନଦୀ ମଧ୍ୟ ଫୁଲିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)