କଥାରେ ଅଛି ଲୋଭ ହିଁ ମଣିଷକୁ ତଳିତଳାନ୍ତ କରେ। ଆଜି ଲୋଭ କରି ଜଣେ ବ୍ୟକ୍ତି ଅନଲାଇନ ଗେମରେ ହରାଇଲେ ୯୧ ଲକ୍ଷ । ଯାଜପୁର ଟାଉନ୍ ଥାନା ଚଇନପୁର ଅଞ୍ଚଳର ଧୀରେନ୍ଦ୍ର କୁମାର ନାୟକ ୯୧ ଲକ୍ଷ ଟଙ୍କା ହରାଇଛନ୍ତି । ୨୦୨୩ ମସିହାରେ ନିଜର ଟେଲିଗ୍ରାମକୁ ଆସିଥିବା ଲିଙ୍କ୍ ଜରିଆରେ ସେ ଖେଳ ଆରମ୍ଭ କରିଥିଲେ । ୫ଶହରୁ ୨ହଜାର ଲାଭ, ୨ହଜାରରୁ ୧୦ ହଜାର, ୧୦ ହଜାରରୁ ୫୦ ହଜାରର ଲାଭ ପରେ ସେ ଗେମର ଲୋଭରେ ପଡି ଯାଇଥିଲେ । ପରେ ଚାକିରି ଛାଡି ଘରର ଜମିବାଡି, ସୁନାଗହଣା ବିକ୍ରି କରିବା ସହ ଧାରଉଧାର କରି ଅନ୍ଲାଇନ ଗେମ୍ରେ ଟଙ୍କା ଲଗାଇ ଚାଲିଥିଲେ । ଏବେ ଗେମ୍ ପକ୍ଷରୁ ତାଙ୍କ ଏକାଉଣ୍ଟକୁ ବ୍ଲକ୍ କରି ଦିଆଯାଇଛି । ତେବେ ନ୍ୟାୟ ପାଇଁ କଟକ ଡିଜି ଅଫିସରେ ଅଭିଯୋଗ କରିବା ପରେ ତାଙ୍କୁ ଟାଉନ ଥାନରେ ଅଭିଯୋଗ କରିବାକୁ କୁହାଯାଇଥିଲା । କିନ୍ତୁ ୧୫ ଦିନ ହେବ ଯାଜପୁର ପୁଲିସ ପକ୍ଷରୁ ତାଙ୍କ ଅଭିଯୋଗ ରଖାଯାଉନଥିବାରୁ ସେ ଭାଙ୍ଗି ପଡିଛନ୍ତି । ଥାନା ଦୁଆରେ ଲକ୍ଷ ଲକ୍ଷ ଟଙ୍କା ଠକାମୀ ବ୍ୟାଙ୍କ ଟ୍ରାଞ୍ଜାକସନ୍ ଧରି ନ୍ୟାୟ ପାଇଁ ନେହୁରା ହେଉଛନ୍ତି ।
ଅନଲାଇନ ଗେମରେ ଗେମ୍ ଖେଳି ହରାଇଲେ ୯୧ ଲକ୍ଷ ଟଙ୍କା ।











Leave a Reply