ଭୁବନେଶ୍ୱର କ୍ୟାପିଟାଲ୍ ଥାନା ଅଞ୍ଚଳରୁ ଆତଙ୍କୀ ଯୁବକ ଗିରଫ; ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ ପରେ ଗିରଫ କରିଛି ପୋଲିସ୍ ।

ଅକ୍ଷର ବ୍ୟୁରୋ: ଭୁବନେଶ୍ୱର କ୍ୟାପିଟାଲ୍ ଥାନା ଅଞ୍ଚଳରୁ ଗତ ରାତିରୁ ଆତଙ୍କୀ ଯୁବକଙ୍କୁ ଉଠାଇ ନେଇଥିଲା ଦିଲ୍ଲୀ ପୋଲିସ୍ । ଗିରଫ କରିବା ପରେ ପୁଣି ଓଡ଼ିଶା ଆତଙ୍କବାଦୀଙ୍କର ଏକ ନିରାପଦ ଆଶ୍ରୟସ୍ଥଳ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଭୁବନେଶ୍ୱରରେ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତ କରିଥିଲା । ଏନେଇ ତଦନ୍ତ କରିବା ପରେ ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ୍ । ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ସ୍ପେଶାଲ୍ ବ୍ରାଞ୍ଚ ଗିରଫ କରି ସ୍ଥାନୀୟ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିବା ପରେ ଟ୍ରାନ୍‌ଜିଟ୍ ରିମାଣ୍ଡରେ ଦିଲ୍ଲୀ ନେଇଯାଇଛି । ଏହି ଘଟଣା ପରେ କମିଶନରେଟ୍ ପୁଲିସ ଅଧିକ ସତର୍କ ହୋଇପଡ଼ିଛି ।

ମିଳିଥିବା ସୂଚନା ମୁତାବକ ଗିରଫ ହୋଇଥିବା ଯୁବକର ନାଁ ସେଖ୍ ଇମରାନ୍ । ଏହି ଯୁବକ ଜଣକ କିଛି ମାସ ହେବ ୟୁନିଟ୍-୬ ଅଞ୍ଚଳର ଏକ ବସ୍ତିରେ ଘରଭଡ଼ା ନେଇ ରହୁଥିଲା । ସେଠାରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଶଦ୍ରୋହମୂଳକ ଉତ୍ତେଜକ ସ୍ଲୋଗାନମାନ ପୋଷ୍ଟ କରୁଥିଲା । ଏହା ବାବଦରେ ଯୁବକ ପାଖକୁ ବିଭିନ୍ନ ସୂତ୍ରରୁ ଟଙ୍କା ଆସୁଥିଲା । ଏହି ଯୁବକ ଜଣକ କେଉଁ ଉଦ୍ଦେଶ୍ୟରେ ଏଠାରେ ରହି ଏଭଳି ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ଥିଲେ ତା’ର ଖୋଳତାଡ଼ କରିବା ଲାଗି ସ୍ପେଶାଲ୍ ବ୍ରାଞ୍ଚ ତାକୁ ଦିଲ୍ଲୀ ନେଇଛି । ତା’ଠାରୁ ଲାପ୍ଟପ୍, ମୋବାଇଲ୍ ଜବତ ହୋଇଛି । ଯୁବକଙ୍କ ସମ୍ପର୍କରେ ଦିଲ୍ଲୀ ସ୍ପେଶାଲ୍ ବ୍ରାଞ୍ଚ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । କମିଶନରେଟ୍ ପୁଲିସର ବରିଷ୍ଠ ଅଧିକାରୀମାନେ ମଧ୍ୟ କିଛି କହି ନାହାନ୍ତି ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)