ବିରିୟାନୀ ଖରାପ କହିବାରୁ ଗ୍ରାହକଙ୍କୁ ହୋଟେଲ କର୍ମଚାରୀଙ୍କ ନିର୍ମମ ମାଡ଼; ମୁଣ୍ଡ ଫାଟି ରାସ୍ତାରେ ଫିଙ୍ଗିଦେଲେ

ଅକ୍ଷର ବ୍ୟୁରୋ: ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ୧୫ ନମ୍ବର ଛକ ନିକଟରେ ଏକ ହୋଟେଲରେ ବିରିୟାନୀ ନେଇ ଗ୍ରାହକଙ୍କ ସହ ହୋଇଥିବା ବିବାଦ ହିଂସାତ୍ମକ ରୂପ ନେଇଛି। ବିରିୟାନୀ ଖରାପ ଥିବା କହିବାରୁ ଗ୍ରାହକ ସଞ୍ଜୀବ କୁମାର ମାଝୀଙ୍କୁ ହୋଟେଲ କର୍ମଚାରୀମାନେ ନିର୍ମମ ଭାବେ ଆକ୍ରମଣ କରି ଗୁରୁତର ଆହତ କରିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, କୁଜଙ୍ଗ ବ୍ଲକ୍ ଜୟଶଙ୍ଖପୁର ଗ୍ରାମର ସଞ୍ଜୀବ ତାଙ୍କ ବନ୍ଧୁ ସହିତ ୧୫ ନଂ ଛକ ସ୍ଥିତ ଜଷ୍ଟକୁକ୍ ହୋଟେଲରେ ବିରିୟାନୀ ଖାଉଥିବାବେଳେ ଖାଦ୍ୟର ଗନ୍ଧ ଓ ଗୁଣମାନ ନେଇ ଅଭିଯୋଗ କରିଥିଲେ। ଏହା ପରେ ହୋଟେଲ କର୍ମଚାରୀଙ୍କ ସହ ବଚସା ହୋଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା।

ଅଭିଯୋଗ ମୁତାବକ, କର୍ମଚାରୀମାନେ ସଞ୍ଜୀବଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଆକ୍ରମଣରେ ତାଙ୍କ ମୁଣ୍ଡ ଫାଟିଯାଇ ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଟାଣି ରାଜପଥ ଉପରେ ଫିଙ୍ଗିଦେବାରୁ କଟକ–ପାରାଦୀପ ମୁଖ୍ୟ ରାସ୍ତାରେ କିଛି ସମୟ ଯାତାୟାତ ବାଧିତ ହୋଇଥିଲା। ଆହତ ସଞ୍ଜୀବଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଇଛି। ଘଟଣା ପରେ କୁଜଙ୍ଗ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ହିଂସାକାଣ୍ଡକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)