ବିଦେଶ ନାମରେ ଶ୍ରମିକ ଚାଲାଣ ଅଭିଯୋଗ; ୧୬ ନଂ ଜାତୀୟ ରାଜପଥ କଡ଼ରେ ଚାଲୁଛି ଦାଦନ ଅଫିସ

ଅକ୍ଷର ବ୍ୟୁରୋ: ଦେଶରୁ ବିଦେଶକୁ ଶ୍ରମିକ ଚାଲାଣ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଗଢ଼ିଉଠିଛି ଏକ ଅନଧିକୃତ ‘ଶ୍ରମିକ ଚାଲାଣ ଅଫିସ’, ଯେଉଁଠାରୁ ଦାଦନ ଶ୍ରମିକଙ୍କୁ ବିଦେଶକୁ ପଠାଯାଉଥିବା ଅଭିଯୋଗ ହେଉଛି। ବିଦେଶ ଯିବା ସ୍ୱପ୍ନ ଦେଖି ଶହ ଶହ ଯୁବକ ଏଠାରେ ଯୋଗ୍ୟତା ପରୀକ୍ଷା ଦେଉଥିବା ଦୃଶ୍ୟ ଚିନ୍ତାଜନକ ସ୍ଥିତି ସୃଷ୍ଟି କରିଛି।

ସୂଚନା ଅନୁଯାୟୀ, ବିଭିନ୍ନ ରାଜ୍ୟରୁ ଆସୁଥିବା ଦଲାଲମାନେ ଶ୍ରମିକମାନଙ୍କୁ ଉଚ୍ଚ ଆୟ ଓ ଭଲ ଚାକିରିର ପ୍ରଲୋଭନ ଦେଖାଇ ବିଦେଶକୁ ପଠାଉଛନ୍ତି। କିନ୍ତୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ବିଦେଶ ପହଞ୍ଚିବା ପରେ ଅନେକ ଶ୍ରମିକ ନିର୍ଯାତନା, ଶୋଷଣ ଓ ଅସୁବିଧାର ସମ୍ମୁଖୀନ ହେଉଥିବା ଗୁରୁତର ଅଭିଯୋଗ ଆସୁଛି। ବିଦେଶ ପଠାଇଥିବା ସଂସ୍ଥା କିମ୍ବା ଏଜେନ୍ସିଙ୍କୁ ଅଭିଯୋଗ କଲେ ସେମାନେ ଦାୟିତ୍ୱ ନେବାକୁ ଅସ୍ୱୀକାର କରୁଥିବା ମଧ୍ୟ ଶ୍ରମିକମାନେ କହୁଛନ୍ତି। ଫଳରେ ଶ୍ରମିକମାନେ ଦୁଇପଟିଆ ଠକେଇର ଶିକାର ହେଉଛନ୍ତି ଦେଶରେ ଦଲାଲଙ୍କ ହାତରେ ଏବଂ ବିଦେଶରେ ନିଯୁକ୍ତିଦାତାଙ୍କ ନିର୍ଯାତନାରେ। ଏହି ସମଗ୍ର ଘଟଣାକୁ ନେଇ ପ୍ରଶାସନ ଓ ଶ୍ରମ ବିଭାଗର ଭୂମିକା ଉପରେ ମଧ୍ୟ ଗୁରୁତର ପ୍ରଶ୍ନ ଉଠିଛି। ବିନା ନିୟନ୍ତ୍ରଣରେ ଚାଲୁଥିବା ଏହି ଦାଦନ ଚାଲାଣ ରାକେଟ୍ ଉପରେ କଡ଼ା ଆକ୍ସନ ନେବାକୁ ସ୍ଥାନୀୟ ଲୋକ ଓ ସମାଜ ସଂଗଠନ ଦାବି କରୁଛନ୍ତି।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)