ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଲାଗି ରହିଥିବା ବେଳେ, ରାଜଧାନୀରେ ଅପରାହ୍ନରେ ପାଗରେ ପରିବର୍ତ୍ତନ ।

ଅକ୍ଷର ବ୍ୟୁରୋ: ପଶ୍ଚିମ ଓଡ଼ିଶାରେ ଲାଗି ରହିଛି ଗ୍ରୀଷ୍ମ ଲହରୀ । ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ହିଟ୍ ୱେଭ୍ ଜାରି ରହିଛି । ବିଶେଷ କରି ୫ ଜିଲ୍ଲା ବଲାଙ୍ଗୀର, କଳାହାଣ୍ଡି, ବୌଦ୍ଧ, ନୟାଗଡ଼ ଓ ସୁବର୍ଣ୍ଣପୁରକୁ ଗ୍ରୀଷ୍ମପ୍ରବାହ ଯୋଗୁଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହୁର, ପୁରୀ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଗରମ ସହ ଅଧିକ ଗୁଳୁଗୁଳି ଅନୁଭୂତ ହେବ । ଏଣୁ ଏହି ସବୁ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଉପକୂଳ ଜିଲ୍ଲାଗୁଡ଼ିକରେ ଏହିଭଳି ଗରମ ଓ ଗୁଳୁଗୁଳି ଅନୁଭୂତ ହେବ । 

ଅନ୍ୟପଟେ ରାଜ୍ୟର କିଛି କିଛି ଅଞ୍ଚଳରେ କାଳ ବୈଶାଖୀ ସମ୍ଭାବନା ବି ରହିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ଏହା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିପାରେ । ଆଜି ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ପାଗ ଆଂଶିକ ମେଘୁଆ ରହିପାରେ । ଅପରାହ୍ଣ ଆଡ଼କୁ ବର୍ଷା ହୋଇପାରେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)