ଅକ୍ଷର ବ୍ୟୁରୋ: ଋଷିକୂଲ୍ୟା ବେଳାଭୂମିରେ ହଜାର ହଜାର କଇଁଛ ଶାବକ । ପ୍ରାୟ ୪୫ ଦିନ ଧରି ବେଳାଭୂମି ଭିତରେ ପୋତି ହୋଇ ରହିବା ପରେ ଅଣ୍ଡାରୁ ଫୁଟି ବାହାରିଛନ୍ତି କୁନି କୁନି ବିରଳ ଅଲିଭ ରିଡ଼ଲେ କଇଁଛ । ଅଣ୍ଡାରୁ ବାହାରି ଗୁରୁଣ୍ଡି ଗୁରୁଣ୍ଡି ସମୁଦ୍ରର ନୀଳ ଜଳ ରାଶି ଭିତରକୁ ଗଲେ କଇଁଛ ଛୁଆମାନେ । ଗତ ଦୁଇ ଦିନ ଭିତରେ ଲକ୍ଷ ଲକ୍ଷ କଇଁଛ ଛୁଆ ଗତରୁ ବାହାରି ସମୁଦ୍ରକୁ ଯାଉଛନ୍ତି । ଏନେଇ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଭାବରେ ଆୟୋଜନ କରାଯାଇଛି । ସେମାନେ ନିଜ ଅଣ୍ଡାରୁ ବାହାରକୁ ବାହାରିବା ପରେ ସୁରକ୍ଷା କର୍ମୀମାନେ ସେମାନଙ୍କୁ ବିଭିନ୍ନ ବାଲଟି, ଟବ ମାଧ୍ୟମରେ ସଂଗ୍ରହ କରି ନେଇ ସମୁଦ୍ର କୂଳରେ ଛାଡ଼ୁଛନ୍ତି ।
ଋଷିକୂଲ୍ୟା ବେଳାଭୂମିରେ ହଜାର ହଜାର କଇଁଛ ଶାବକ ।












Leave a Reply