ଅକ୍ଷର ବ୍ୟୁରୋ: ରାଜଧାନୀର ରାଜରାସ୍ତାରେ ବୁଲିଲା ଖଣ୍ଡା । ନିଶା କାରବାରକୁ ନେଇ ଭୁବନେଶ୍ୱରରେ ବୁଲିଲା ଖଣ୍ଡା । ପୂର୍ବ ଶତ୍ରୁତାକୁ ନେଇ ହଣାକଟା । ଖଣ୍ଡାରେ ହାଣିଲେ ଆଉ ମଦ ବୋତଲ ମାଡ କଲେ । ରାଜଧାନୀରେ ଏଭଳି ଆତଙ୍କ ଖେଳାଇଛନ୍ତି ନିଶା ବେପାରୀ ।କ୍ୟାପିଟାଲ୍ ଥାନା କେଦାରପଲ୍ଲୀ ବସ୍ତିରେ ଗୋଡ଼େଇ ଗୋଡ଼େଇ ହାଣିଲେ ଏକାଧିକ ଦୁର୍ବୃତ୍ତ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।
ନିଶା ବେପାରୀଙ୍କ ଆକ୍ରମଣରେ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ୪ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ ସମୟରେ ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ସୂଚନାନୁଯାୟୀ, କ୍ୟାପିଟାଲ୍ ଥାନା କେଦାରପଲ୍ଲୀ ବସ୍ତିରେ ପୂର୍ବ ଶତ୍ରୁତାକୁ ନେଇ ହଣାକଟା ହୋଇଛି । ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡାଇ ଗୋଡାଇ ଆକ୍ରମଣ କରିଛନ୍ତି । ଫଳରେ ଯୁବକ ଜଣଙ୍କ ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସଂପର୍କରେ ଖବର ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାର ତନାଘନା ଆରମ୍ଭ କରିଛି । ସିସିଟିଭି ଫୁଟେଜ୍ ଆଧାରରେ ଛାନଭିନ୍ କରୁଛି । ଦୁର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ।












Leave a Reply