ରାଜ୍ୟରେ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର ସାଇବର କୋର୍ଟ; ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଅକ୍ଷର ବ୍ୟୁରୋ: ରାଜ୍ୟରେ ପ୍ରତିଷ୍ଠା ହେବ ସ୍ୱତନ୍ତ୍ର ସାଇବର କୋର୍ଟ । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସାଇବର ଅପରାଧର ତ୍ୱରିତ ବିଚାର ପାଇଁ ଖୋଲାଯିବ ୫ଟି ସ୍ୱତନ୍ତ୍ର କୋର୍ଟ । ପୀଡ଼ିତଙ୍କୁ ଶୀଘ୍ର ନ୍ୟାୟ ପ୍ରଦାନ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ । ଏଥିସହ ସାଇବର ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ । ସେ କହିଛନ୍ତି, ବିଚାରପତି ସାଇବର ଆଇନ ଓ ଟେକ୍ନୋଲୋଜି ବିଷୟରେ ବିଶେଷ ଜ୍ଞାନ ରଖିବେ । ଏହାଦ୍ୱାରା ଜଟିଳ ଡିଜିଟାଲ ପ୍ରମାଣଗୁଡ଼ିକୁ ବୁଝିବାରେ ସହଜ ହେବ । ମହିଳାଙ୍କ ପାଇଁ ସ୍ୱତନ୍ତ୍ର ୭ଟି କୋର୍ଟ ଖୋଲାଯିବା ନେଇ ଯୋଜନା ରହିଥିବା ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)