ଅକ୍ଷର ବ୍ୟୁରୋ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିପୁର କଲେଜ ନିକଟରେ ବୋମାମାଡ଼ । ବେଆଇନି ଖଣି ଖୋଳା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇଥିବା ସୂଚନା ମିଳିଛି । କଲେଜ ନିକଟ ଏକ ଫାର୍ମ ହାଉସରେ କିଛି ଯୁବକ ଭୋଜି କରୁଥିବା ବେଳେ ରାତି ପ୍ରାୟ ସାଢେ ୧୧ଟା ସମୟରେ କିଛି ଦୁର୍ବୁତ୍ତ ଆସି ଫାର୍ମହାଉସ ଆଗରେ ୩ଟି ବୋମାମାଡ଼ କରିଥିଲେ । ଗୋଟିଏ ବୋମା ଫୁଟିଥିବା ବେଳେ ଦୁଇଟି ଫୁଟିନଥିଲା । ଦୁଇଟି ଅଫୁଟା ବୋମା ଘଟଣାସ୍ଥଳରେ ପଡି ରହିଥିଲା । ଏହି ଘଟଣାରେ ଜଣେ ଯୁବକ ସାମାନ୍ୟ ଆହତ ହୋଇଛନ୍ତି ।ବୋମାମାଡ଼ କରିବା ସହ ଗୋଟିଏ କାରର କାଚକୁ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଛନ୍ତି । ଖବର ପାଇ ଡେଲାଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏପର୍ଯ୍ୟନ୍ତ କୌଣସି ଏତଲା ରୁଜୁ ହୋଇନାହିଁ, କିନ୍ତୁ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚାଲିଛି ।
ପୁରୀ ଜିଲ୍ଲା ଡେଲାଙ୍ଗରେ ବୋମାମାଡ଼; ଖବର ପାଇ ପୋଲିସର ତଦନ୍ତ ଆରମ୍ଭ ।















Leave a Reply