NEET-2026 ପରୀକ୍ଷା ପେପର ଲିକ୍ ମାମଲାକୁ ଜୟପୁରରେ ରାଜନୈତିକ ଉତ୍ତେଜନା; ଶାସକ ବିଜେପି ବିରୋଧରେ କଂଗ୍ରେସ କର୍ମୀଙ୍କ ପ୍ରତିବାଦ ।

ଅକ୍ଷର ବ୍ୟୁରୋ: NEET-2026 ପରୀକ୍ଷା ପେପର ଲିକ୍ ମାମଲାକୁ ନେଇ ରାଜସ୍ଥାନର ରାଜଧାନୀ ଜୟପୁରରେ ଏକ ଭୟଙ୍କର ରାଜନୈତିକ ଉତ୍ତେଜନା ଦେଖାଦେଇଛି । ଏହି ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦର ସ୍ୱର ଉଠାଇବା ସହ ଶାସକ ବିଜେପି ବିରୋଧରେ କଂଗ୍ରେସ କର୍ମୀମାନେ ବ୍ୟାପକ ଭାବେ ରାସ୍ତାକୁ ଓହ୍ଲାଇଛନ୍ତି । ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂହ ଦୋତାସାରାଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ହଜାର ହଜାର ପ୍ରତିବାଦକାରୀ ପ୍ରଦେଶ କଂଗ୍ରେସ କମିଟି କାର୍ୟ୍ୟାଳୟରୁ ଏକ ବିଶାଳ ପଦଯାତ୍ରା ବାହାର କରି ଭାରତୀୟ ଜନତା ପାର୍ଟିର ରାଜ୍ୟ ମୁଖ୍ୟାଳୟ ଅଭିମୁଖେ ଅଗ୍ରସର ହୋଇଥିଲେ ।

ପ୍ରତିବାଦକାରୀମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତୁରନ୍ତ ଇସ୍ତଫା ଦାବି କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ଜୋରଦାର ସ୍ଲୋଗାନବାଜି କରି ବିଜେପି କାର୍ୟ୍ୟାଳୟକୁ ଚାରିପଟୁ ଘେରାବନ୍ଦୀ କରିଥିଲେ । ସ୍ଥିତି ଅନିୟନ୍ତ୍ରିତ ହେବାରୁ ପ୍ରଦର୍ଶନକାରୀଙ୍କୁ ରୋକିବା ପାଇଁ ପୋଲିସ ପକ୍ଷରୁ କଡ଼ା ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା । ମାତ୍ର ଉତ୍ତ୍ୟକ୍ତ କଂଗ୍ରେସ କର୍ମୀମାନେ ପୋଲିସ ବ୍ୟାରିକେଡ୍ ଭାଙ୍ଗିବା ସହ ସେଠାରେ ଥିବା ପୋଲିସ ଗାଡ଼ିଗୁଡ଼ିକ ଉପରକୁ ଚଢ଼ିବାକୁ ଚେଷ୍ଟା କଲାବେଳେ ପୋଲିସ ବାଧ୍ୟ ହୋଇ ପାଣିମାଡ଼ କରିଥିଲା, ଯାହାଫଳରେ ସମଗ୍ର ଅଞ୍ଚଳ କିଛି ସମୟ ପାଇଁ ରଣକ୍ଷେତ୍ରରେ ପରିଣତ ହୋଇଥିଲା ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)