ଅକ୍ଷର ବ୍ୟୁରୋ: ସରିଲା ତ୍ରୟୋଦଶ ଦିନର ରତ୍ନଭଣ୍ଡାର ଗଣତି ମଣତି । ଗତକାଲି ୩ ଘଣ୍ଟା ୪୦ ମିନିଟ୍ ର ଧରି ଗଣତି କାର୍ଯ୍ୟ କରାଯାଇଛି । ମୋଟ ଉପରେ ପାଖାପାଖି ୭୦ ଘଣ୍ଟାର ଗଣତି ସରିଛି କହିଛନ୍ତି ଜଷ୍ଟିସ ରଥ । ତେବେ ଏବେ ଭିତର ଭଣ୍ଡାରର ପ୍ରାୟ ୧୫୦ରୁ ଉର୍ଦ୍ଧ୍ୱ ଅଳଙ୍କାର ଗଣତି ହୋଇଥିବାର ଅନୁମାନ କରାଯାଉଛି । ୧୯୭୮ ତାଲିକା ଅନୁଯାୟୀ ରତ୍ନ ଅଳଙ୍କାର ଗୁଡିକର ମେଳକ କରାଯାଉଛି । ମେଳକ ପୂର୍ବରୁ ରତ୍ନ ଚିହ୍ନଟ, ଓଜନ ମାପ, 3D ମ୍ୟାପିଙ୍ଗ ଓ ଭିଡିଓ ଗ୍ରାଫି, ଫୋଟୋ ଗ୍ରାଫି ସହ E-CATALOGUE କରାଯାଉଛି । ବିଭିନ୍ନ ରତ୍ନ ଗୁଡ଼ିକ ରତ୍ନ ବିଶାରଦ ମାନେ ଚିହ୍ନଟ କରି ରଖୁଛନ୍ତି । ଗଣତି ପରେ ମେଳକ କରାଯାଇ ୨୦୨୯ ମସିହାର ନୂଆ ଟ୍ୟାଗ ଲଗାଯିବା ସହ ଏକ ଛୋଟ ଷ୍ଟିଲ ବାକ୍ସରେ ଚାବି ଦେଇ ତାକୁ ନବନିର୍ମିତ ସିନ୍ଦୁକରେ ରଖାଯାଉଛି ।
ଚଳିତ ମାସରେ ଆଉ ୪ ଦିନ ହେବ ଭିତର ଭଣ୍ଡାରର ଗଣତି ମଣତି । ଚଳନ୍ତି ଭଣ୍ଡାରରେ ୧୯୭୮ରେ ୩୧ ଅଳଙ୍କାର ଥିବାବେଳେ ଏବେ ଅଳଙ୍କାର ସଂଖ୍ୟା ୪୦ରେ ପହଞ୍ଚିଛି । ବାହାର ଭଣ୍ଡାରରେ ୧୯୭୮ରେ ୧୩୧ ଅଳଙ୍କାର ଥିବାବେଳେ ବର୍ତ୍ତମାନ ତାହା ୧୬୪ରେ ପହଞ୍ଚିଛି କହିଛନ୍ତି ଜଷ୍ଟିସ ରଥ । ତେବେ ଭିତର ଭଣ୍ଡାରରେ ଏହି ସଂଖ୍ୟା ୧୯୭୮ ତୁଳନାରେ ହ୍ରାସ ହୋଇପାରେ ବୋଲି ସେ କହିଛନ୍ତି । ୧୯୮୨ ରୁ ୧୯୮୫ ମଧ୍ୟରେ ଗୋଟିଏ ସୁନା ଓ ପ୍ରାୟ ୫୮ ରୂପା ଠାକୁରଙ୍କ ଦ୍ୱାର ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହୋଇଛି ବୋଲି କହିଛନ୍ତି ଜଷ୍ଟିସ ରଥ ।













Leave a Reply