ପୁରୀରୁ ଗିରଫ ହେଲେ ତୃଣମୂଳ କଂଗ୍ରେସର ପୂର୍ବତନ ବିଧାୟକ ଦିଲ୍ଲୀପ ମଣ୍ଡଳ ।

ଅକ୍ଷର ବ୍ୟୁରୋ: ପୁରୀରୁ ଗିରଫ ହେଲେ ତୃଣମୂଳ କଂଗ୍ରେସର ପୂର୍ବତନ ବିଧାୟକ । ସ୍ଥାନୀୟ ପୋଲିସର ସହାୟତାରେ ବିଧାୟକ ଦିଲ୍ଲୀପ ମଣ୍ଡଳକୁ ଗିରଫ କରିଛି ପଶ୍ଚିମବଙ୍ଗ ଏସଟିଏଫ୍ । ହୋଟେଲ୍ ବ୍ଲୁ ଲିଲିରୁ ଦିଲ୍ଲୀପଙ୍କୁ ବାନ୍ଧିଛି ଏସଟିଏଫ୍ । ଦିଲ୍ଲୀପ ମମତା ସରକାରରେ ପରିବହନ ମନ୍ତ୍ରୀ ଥିଲେ । ଦିଲ୍ଲୀପ ମଣ୍ଡଳ କିଛି ସପ୍ତାହ ଧରି ଫେରାର ଥିଲେ । ନନ୍ଦିଗ୍ରାମରେ ମମତାଙ୍କୁ ସହଯୋଗ କରୁଥିବାରୁ ତାଙ୍କୁ ଫସେଇ ଦିଆଯାଇଥିବା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀପ ।

ନିର୍ବାଚନ ସମୟରେ ବିଜେପି କର୍ମୀଙ୍କୁ ଧମକ ଦେଇଥିବା ମାମଲାରେ ଗିରଫ କରାଯାଇଥିବା କୁହାଯାଉଛି । ଗତକାଲି ରାତି ୧୦ଟାରେ ହୋଟେଲ ବ୍ଲୁ ଲିଲୀରେ ଚେକ୍ ଇନ୍ କରିଥିଲେ ଦିଲ୍ଲୀପ ମଣ୍ଡଳ । ରୁମ୍ ନମ୍ବର ୨୧୩୨ରେ ଦୁଇ ଜଣ ଚେକ୍ ଇନ୍ କରିଥିଲେ । ଆଜି ସକାଳୁ ପୋଲିସ ଆସି ଚଢାଉ କରିବା ପରେ ତାଙ୍କୁ ଗିରଫ କରାଯାଇଛି । ତଦନ୍ତକାରୀ ଦଳ ଦିଲ୍ଲୀପ ମଣ୍ଡଳଙ୍କ ଲୋକେସନ୍ ଟ୍ରାକ୍ କରି ପୁରୀରେ ପହଞ୍ଚିଥିଲେ । ଦୀର୍ଘ ସମୟର ଅନୁସନ୍ଧାନ ପରେ ପୁରୀର ବ୍ଳୁ ଲିଲି ହୋଟେଲରୁ ତାଙ୍କୁ ଉଠାଇ ନେଇଛି ପଶ୍ଚିମବଙ୍ଗ ଏସଟିଏଫ୍ । ପୂର୍ବରୁ ଦିଲ୍ଲୀପଙ୍କ ପୁଅ ଅର୍ଘ୍ୟ ମଣ୍ଡଳ ମଧ୍ୟ ଗିରଫ ହୋଇଥିଲେ ।

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)