ଆଜି ବିଶ୍ୱ ମହିଳା ଦିବସ : ମହିଳାଙ୍କ ପାଇଁ ଦିନଟିଏ

ଅକ୍ଷର ବ୍ୟୁରୋ : ଆଜି ବିଶ୍ୱ ମହିଳା ଦିବସ |ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି | ମହିଳାଙ୍କ ସାମାଜିକ , ଆର୍ଥିକ ,ସାଂସ୍କୃତିକ ,ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ | ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକ ସଚେତନତା ସୃଷ୍ଟି ପାଇଁ ମଧ୍ୟ ଏହି ଦିନ ପାଳନ ହୋଇଥାଏ |

ମହିଳାମାନେ ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ବଢିଲେଣି | ନାରୀ ଏକ ଶକ୍ତି , ଏକ ସ୍ନେହମୟୀ ହୃଦୟ ,ଏକ ସ୍ବପ୍ନ ସାକାର କରିବାର ଅତୁଟ ସାମର୍ଥ୍ୟ | ସେ ଜୀବନର ନିର୍ମାତ୍ରୀ,ପରିବାରର ଆଧାରସ୍ଥମ୍ଭ , ଏବଂ ସମାଜର ଅଙ୍ଗସ୍ୱରୂପ | ନାରୀ ମାତ୍ର ଏକ ସଂଜ୍ଞା ନୁହେଁ , ସେ ହେଉଛି ଆଦର୍ଶ , ଭଲ ପାଇବା ଏବଂ ସଂଘର୍ଷର ଚିହ୍ନ | ସେ ଏକ ସୁନ୍ଦର ନିର୍ମାର୍ଣ୍ୟ , ଯେଉଁଥିରେ ଦୟା , ସହନଶୀଳତା , ଏବଂ ଅସୀମ ଶକ୍ତି ମିଶିଥାଏ |

Leave a Reply

Your email address will not be published. Required fields are marked *

Social media & sharing icons powered by UltimatelySocial
Facebook
X (Twitter)